ETV Bharat / city

ସରିଲା ପିପିଲି ଉପନିର୍ବାଚନ ନାମାଙ୍କନ ଦାଖଲ, ମୈଦାନରେ 15 ପ୍ରାର୍ଥୀ - last day of nomination of pipili

ପିପିଲି ଉପନିର୍ବାଚନ ପାଇଁ ମୋଟ 15 ପ୍ରାର୍ଥୀଙ୍କ ନାମାଙ୍କନ ଦଖଲ । ଅଧିକ ପଢନ୍ତୁ...

ସରିଲା ପିପିଲି ଉପନିର୍ବାଚନ ନାମାଙ୍କନ ଦାଖଲ , ମୈଦାନରେ ମୋଟ 15 ପ୍ରାର୍ଥୀ

author img

By

Published : Mar 30, 2021, 9:37 PM IST

ପୁରୀ: ପିପିଲି ଉପନିର୍ବାଚନ ନେଇ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ରହିଥିଲା। ଆଜି ଶେଷ ଦିବସରେ ମୋଟ 12 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ପୂର୍ବରୁ 3 ପ୍ରାର୍ଥୀଙ୍କୁ ମିଶାଇ ମୋଟ 15 ଜଣ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି ।

ସରିଲା ପିପିଲି ଉପନିର୍ବାଚନ ନାମାଙ୍କନ ଦାଖଲ , ମୈଦାନରେ ମୋଟ 15 ପ୍ରାର୍ଥୀ

ମୋଟ 29 ସେଟ ନାମାଙ୍କନ ପତ୍ର ଦାଖଲ ହୋଇଛି। ବୁଧବାର ଦିନ ଏହା ଯାଞ୍ଚ ହେବ। ସେହିପରି ଅସନ୍ତା 3 ଓ 4 ତାରିଖ ଦୁଇ ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଅବଧି ରହିଛି । ଅସନ୍ତା 17 ତାରିଖରେ ପିପିଲିରେ ଉପ ନିର୍ବାଚନ ପାଇଁ ମତଦାନ ହେବ । ସେହିପରି ଅସନ୍ତା 1 ଓ 2 ତାରିଖରେ ପ୍ରଥମ ପର୍ଯ୍ୟାୟରେ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ପ୍ରଦାନ କରାଯିବ। ସେହିପରି ଦିତୀୟ ପର୍ଯ୍ୟାୟରେ 10 ଓ 11 ତାରିଖରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ। ଅସନ୍ତା 1 ଓ 2 ତାରିଖରେ ସମସ୍ତ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଧିକାରୀଙ୍କୁ କୋଭିଡ ଟୀକା ପ୍ରଦାନ କରାଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.