ETV Bharat / city

ପୁରୀକୁ ନିଶାମୁକ୍ତ ସହର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ - ପୁରୀକୁ ନିଶାମୁକ୍ତ ସହର ପାଇଁ ଦାବି

ପୁରୀକୁ ନିଶାମୁକ୍ତ ସହର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଓ ପୁରୀ ନିଶାମୁକ୍ତ ଅଭିଯାନ । ଅଧିକ ପଢନ୍ତୁ

ପୁରୀକୁ ନିଶାମୁକ୍ତ ସହର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By

Published : Apr 2, 2022, 8:25 PM IST

Updated : Apr 2, 2022, 8:37 PM IST

ପୁରୀ: ନିଶାମୁକ୍ତ ସହର ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ନିଶାମୁକ୍ତ ସମାଜ ଗଠନ ପାଇଁ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଓ ପୁରୀ ନିଶାମୁକ୍ତ ଅଭିଯାନ ପକ୍ଷରୁ ଆଜି(ଶନିବାର) ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ପୁରୀକୁ ନିଶାମୁକ୍ତ ସହର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନିଶା ବ୍ୟବସାୟରୁ ମିଳୁଥିବା ରାଜସ୍ବ ତୁଳନାରେ ସ୍ଵାସ୍ଥ୍ୟହାନୀ, ଦୁର୍ଘଟଣା, ପାରିବାରିକ ଓ ସାମାଜିକ ବିଶୃଙ୍ଖଳା ଯଥେଷ୍ଟ ଅଧିକ । ଚାରି ଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ଶ୍ରୀକ୍ଷେତ୍ର ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ ହେବାକୁ ଯାଉଛି । ଧାର୍ମିକ ସହର ପୁରୀରେ ଅନ୍ତତଃ ପକ୍ଷେ ନିଶା ବନ୍ଦ କରିବା ପାଇଁ ୩୦ଟି ସଂଗଠନ ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ସରକାରଙ୍କୁ ଏହି ଦାବିପତ୍ର ପଠାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏଥିସହ ଅପ୍ରେଲ ୨୩ ଓ ୨୪ ତାରିଖରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଓ ସମ୍ମିଳନୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସମ୍ମିଳନୀରେ ଗାନ୍ଧୀମାର୍ଗଦର୍ଶୀ ବ୍ୟକ୍ତିମାନେ ଯୋଗଦାନ କରି ନିଶାମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରଦାନ କରିବେ । ପୁରୀ ଗାନ୍ଧୀସ୍ମୃତିପୀଠରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରା କରାଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 2, 2022, 8:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.