ETV Bharat / city

ଜଗା ଦର୍ଶନ ହେଲା ଶେଷ ଦର୍ଶନ, ପୁରୀରେ ଛତିଶଗଡ ପର୍ଯ୍ୟଟକଙ୍କ ମୃତ୍ୟୁ - ପୁରୀ ଖବର

ଏମିତି ବି ଆସେ ମୃତ୍ୟୁ । ଭଗବାନ ଦାଣ୍ଡରେ ଗଲା ଭକ୍ତ ଜୀବନ । ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଜଗାକୁ ଦେଖିବାକୁ ଆସିଥିବା ଭକ୍ତଙ୍କର ମୃତ୍ୟୁ ହୋଇଛି । ଛତିଶଗଡରୁ କାଳିଆ ଦର୍ଶନ ପାଇଁ ଆସିଥିବା ଭକ୍ତ ୱାଇ ଜି ମୁରତୀଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଅଘଟଣ, ଦର୍ଶନ ପାଇଁ ଆସିଥିବା ପର୍ଯ୍ୟଟକଙ୍କ ମୃତ୍ୟୁ

author img

By

Published : Apr 17, 2022, 11:09 AM IST

Updated : Apr 17, 2022, 12:38 PM IST

ପୁରୀ: ଏମିତି ବି ଆସେ ମୃତ୍ୟୁ । ଭଗବାନ ଦାଣ୍ଡରେ ଗଲା ଭକ୍ତର ଜୀବନ । ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଜଗାକୁ ଦେଖିବାକୁ ଆସିଥିବା ଭକ୍ତଙ୍କର ମୃତ୍ୟୁ ହୋଇଛି । ଛତିଶଗଡରୁ କାଳିଆ ଦର୍ଶନ ପାଇଁ ଆସିଥିବା 72 ବର୍ଷୀୟ ୱାଇ ଜି ମୁରତୀଙ୍କର ମୃତ୍ୟୁ ହୋଇଛି । ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଛତିଶଗଡର ୱାଇ ଜି ମୁରତୀ ଆଜି ଜଗା ଦର୍ଶନ ପାଇଁ ଆସିଥିଲେ । ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିରଠାରେ ଅଚାନକ ଅଚେତ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ସଦର ମହକୁମା ଚିକିତ୍ସାଳୟ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ ହୃଦଘାତ କିମ୍ବା ଅଶୁଂଘାତ ହୋଇଥିବା ଅନୁମାନ କରାଯାଉଛି ।

କାଳିଆକୁ ଦେଖିବାକୁ ହସଖୁସିରେ ପରିବାର ସହ ଆସିଥିଲେ । ହେଲେ ଆଉ ଫେରିବେ ନାହିଁ ବୋଲି କିଏ ଜାଣିଥିଲା । କାନ୍ଦ ବୋବାଳିରେ ଫାଟୁଛି ହସ୍ପିଟାଲ ପରିସର । କେହି କିଛି ବୁଝି ପାରୁ ନାହାନ୍ତି । ଖାଲି ମନରେ ଗୋଟିଏ ପ୍ରଶ୍ନ ଏ କଣ ହୋଇଗଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 17, 2022, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.