ETV Bharat / city

ବେଆଇନ ନିଶା କାରବାର ଅଭିଯୋଗରେ 8 ଗିରଫ, ବିପୁଳ ନିଶା ଦ୍ରବ୍ୟ ଜବତ

ପୁରୀ ସହରର ବିଭନ୍ନ ସ୍ଥାନରୁ ବିପୁଳ ପରିମାଣର ବେଆଇନ ଦେଶୀ ମଦ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ନିଶା କାରବାର ଅଭିଯୋଗରେ 8 ଗିରଫ, ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ

author img

By

Published : Oct 17, 2020, 9:48 AM IST

Updated : Oct 17, 2020, 12:25 PM IST

ପୁରୀ: ପୁରୀ ସହରର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ମଦ, ଆସ୍କା ଫର୍ଟି, କଫ ସିରପ ଓ ଗଞ୍ଜେଇ ଜବତ କରିଛି । ଘଟଣାରେ ସମ୍ପୃକ୍ତ 8 ଜଣ ଗିରଫ ହୋଇଛନ୍ତି । ପୁରୀ ସମୁଦ୍ରକୂଳ ଥାନା ପୋଲିସ 36 ବୋତଲ ଆସ୍କା ଫର୍ଟି ଜବତ କରିବା ସହ ଏହି ଘଟଣାକୁ ନେଇ 2 ଜଣଙ୍କୁ ଗିରଫ କରିଛି । ଏନେଇ ଏକ ମାମଲା ରୁଜୁ କରି ପେଣ୍ଠକଟାର ଜଗନ ରେଡ୍ଡୀ ଓ ବି.ପ୍ରକାଶକୁ ଗିରଫ କରିଛି ପୋଲିସ ।

ବେଆଇନ ନିଶା କାରବାର ଅଭିଯୋଗରେ 8 ଗିରଫ, ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ
ବେଆଇନ ନିଶା କାରବାର ଅଭିଯୋଗରେ 8 ଗିରଫ, ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ

ଉଭୟ ପେଣ୍ଠକଟାରେ ବେଆଇନ ଭାବେ ଦେଶୀ ମଦ କାରବାର କରୁଥିଲେ । ସେହିପରି ବେଆଇନ କପସିରଫ ବିକ୍ରି ଅଭିଯୋଗରେ କୁମ୍ଭାରପଡା ପୋଲିସ 3 ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଟାଉନ ଥାନା ଅଧିନ ସୁଆର ସାହିର ରବିନ୍ଦ୍ର ବେହେରା, ହରଚଣ୍ଡୀ ସାହିର ରାମ ନାରାୟଣ ଖୁଣ୍ଟିଆ, ମଶାଣିଚଣ୍ଡୀ ଛକ ଅଞ୍ଚଳରେ ରହୁଥିବା ବାଲେଶ୍ଵର ଜିଲ୍ଲା କ୍ରୁରୁଡା ଗାଁର ମୃତ୍ୟୁଞ୍ଜୟ ଦାସ । ସେମାନଙ୍କ ଠାରୁ 41 ବୋତଲ କଫସିରଫ, 7 ହଜାର ଟଙ୍କା, ଏକ ବାଇକ ଜବତ ହୋଇଛି ।

ଅନ୍ୟପଟେ ପୁରୀ ଟାଉନ ଥାନା ପୋଲିସ ଚଢ଼ାଉ କରି 32 କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ 3 ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବାଲିସାହି ଶ୍ବେତଗଙ୍ଗା ଲେନର ଜଗନ୍ନାଥ ପଣ୍ଡା, ଶରତ ପଣ୍ଡା ଓ ମାଟିମଣ୍ଡପ ସାହିର ଲକ୍ଷ୍ମୀ ନାରାୟଣ ନନ୍ଦ । ସେମାନଙ୍କ ଠାରୁ ଗଞ୍ଜେଇ ସମେତ 4 ହଜାର 340 ଟଙ୍କା ଓ 6ଟି ମୋବାଇଲ ଜବତ କରିଛି ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 17, 2020, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.