ETV Bharat / city

4 ବ୍ରାଉନ ସୁଗାର ବେପାରୀ ଗିରଫ

author img

By

Published : Oct 23, 2020, 12:39 PM IST

ବ୍ରାଉନ ସୁଗାର କାରବାର ଅଭିଯୋଗରେ 4 ଗିରଫ । ପୁରୀ ବାସେଲି ଥାନା ପୋଲିସ 4 ଜଣ ବେପାରୀଙ୍କୁ ଗରିଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ 5.32 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ପୁରୀରୁ 4 ବ୍ରାଉନ ସୁଗାର ବେପାରୀ ଗିରଫ
ପୁରୀରୁ 4 ବ୍ରାଉନ ସୁଗାର ବେପାରୀ ଗିରଫ

ପୁରୀ : ବ୍ରାଉନ ସୁଗାର କାରବାର ଅଭିଯୋଗରେ 4 ଗିରଫ । ପୁରୀ ବାସେଲି ଥାନା ପୋଲିସ 4 ଜଣ ବେପାରୀଙ୍କୁ ଗରିଫ କରିଛି । ସେମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଧିନ ସାମନ୍ତରାପୁରର ବିଜୟ ବେହେରା, ନୟାଗଡର ତୋଫାନ ଦଳେଇ, ପୁରୀ ସଦର ଥାନା ଅଧିନ ଗୋପୀନାଥ ପୁରର ସୁଭାସିସ ଦାସ , ବଳିଆ ପଣ୍ଡା ଥାନା ଅଧିନ ଓଡିଶା ଭବନ ପଛ ପାର୍ଶ୍ଵର ଟୁଟୁ ମଲ୍ଲିକ ।

ପୁରୀରୁ 4 ବ୍ରାଉନ ସୁଗାର ବେପାରୀ ଗିରଫ

ଗିରଫ ଅଭିଯୁକ୍ତଙ୍କ ଠାରୁ 5.32 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଏଥି ସହିତ ଏକ ବାଇକ ମଧ୍ୟ ପୋଲିସ ଜବତ କରିଛି ।

ପୋଲିସର ସୂଚନା ଅନୁଯାୟୀ ଗୁରୁବାର ପୁରୀର ମଶାଣି ଚଣ୍ଡୀ ଛକରେ ଏମଭି ଚେକିଂ ଚାଲିଥିଲା । ସେହି ସମୟରେ ବିଜୟ ଓ ତୋଫାନ ବାଇକରେ ଆସୁଥିଲେ । ସେମାନଙ୍କୁ ପୋଲିସ ସନ୍ଦେହ କରି ଯାଞ୍ଚ କରିବାରୁ ତାଙ୍କ ଠାରୁ ବ୍ରାଉନ ସୁଗାର ଜବତ ହୋଇଛି । ସେମାନେ ସୁଭାସିସ ଓ ଟୁଟୁ କୁ ଦେବା ପାଇଁ ଆସିଥିଲେ ବୋଲି ସ୍ବୀକାର କରିଥିଲେ । ପରେ 4 ଜଣ ଙ୍କୁ ପୋଲିସ ଗିରଫ କରି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.