ETV Bharat / city

31ତମ ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ ଉଦଘାଟିତ

author img

By

Published : Dec 1, 2020, 10:06 PM IST

Updated : Dec 1, 2020, 10:15 PM IST

ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ ହେଲା ଉଦଘାଟନ । ଉତ୍ସବକୁ ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ଡିସେମ୍ବର ୫ ଯାଏଁ ନୃତ୍ୟୋତ୍ସବ ଓ ବାଲୁକା କଳା ପ୍ରଦର୍ଶନୀ ଚାଲିବ । ଅଧିକ ପଢନ୍ତୁ...

31st Konark Festival has been inaugurated
31ତମ କୋଣାର୍କ ଉତ୍ସବ ଉଦଘାଟିତ

ପୁରୀ: 31 ତମ ଅର୍ନ୍ତଜାତିକ କୋଣାର୍କ ମହୋତ୍ସବ ଓ ବାଲୁକାଚିତ୍ର କଳା ଉତ୍ସବ ଉଦଘାଟିତ ହୋଇଛି । ଏହି ଉତ୍ସବକୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ରାଜଶ୍ରୀ ମଲ୍ଲିକ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ବାଲୁକା କଳାରେ କୋରନା ସଚେତନତା ଓ ପରିବେଶ ସୁରକ୍ଷାର ବାର୍ତା ବାଣ୍ଟିଲେ ବାଲୁକା ଶିଳ୍ପୀ।

31ତମ ଅନ୍ତର୍ଜାତୀୟ କୋଣାର୍କ ଉତ୍ସବ ଉଦଘାଟିତ

ଓଡ଼ିଶାର ପ୍ରତିଯୋଗୀମାନେ କୋରନା ସଚେତନତାର ବାର୍ତ୍ତା ଦେଇଥିବା ବେଳେ ରାଜ୍ୟ ବାହାରୁ ଯୋଗ ଦେଇଥିବା ପ୍ରତିଯୋଗୀମାନେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ସେପଟେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ସହିତ ହାତ ସାନିଟାଇଜ ପାଇଁ ଅଟୋମେଟିକ ମେସିନ ଲଗାଯାଇଛି । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତେବେ, ଡିସେମ୍ବର ୫ ଯାଏଁ ନୃତ୍ୟୋତ୍ସବ ଓ ବାଲୁକା କଳା ପ୍ରଦର୍ଶନୀ ଚାଲିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 1, 2020, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.