ETV Bharat / city

ଶ୍ରୀଗୁଣ୍ଡିଚାରେ ପହଞ୍ଚିଲା ଶ୍ରୀଜୀଉଙ୍କର ତିନି ରଥ, ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

author img

By

Published : Jul 12, 2021, 7:55 PM IST

ଗୁଣ୍ଡିଚା ମନ୍ଦିରରେ ଲାଗିଛି ତିନି ଠାକୁରଙ୍କ ରଥ । ମଙ୍ଗଳବାର ଅପରାହ୍ନରେ ଶ୍ରୀଜୀଉଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ହେବ। ଅଧିକ ପଢନ୍ତୁ...

ଶ୍ରୀଗୁଣ୍ଡିଚାରେ ପହଁଞ୍ଚିଲା ଶ୍ରୀଜୀଉଙ୍କର ତିନି ରଥ, ଆସନ୍ତା କାଲି ଆଡ଼ପ ମଣ୍ଡପ ବିଜେ

ପୁରୀ: ଶରଧାବାଲିରେ ପହଞ୍ଚିଛନ୍ତି ଶ୍ରୀଜୀଉ । ଗୁଣ୍ଡିଚା ମନ୍ଦିରରେ ଲାଗିଛି ତିନି ଠାକୁରଙ୍କ ରଥ । ପ୍ରଥମେ ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଅଛନ୍ତି ଦାରୁବ୍ରହ୍ମ ।

ପରମ୍ପରା ଅନୁଯାୟୀ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ରଥ ଉପରେ ରହିବେ । ରଥ ଉପରେ ଶ୍ରୀଜୀଉଙ୍କଠାରେ କେବଳ ଶୁଖିଲା ଭୋଗ ଲାଗି ହେବ । ମଙ୍ଗଳବାର ଶ୍ରୀଜୀଉଙ୍କର ସକାଳୁ ମଙ୍ଗଳ ଆଳତୀ ସମେତ ଅନ୍ୟାନ୍ୟ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହେବ।

ଅପରାହ୍ନରେ ଶ୍ରୀଜୀଉଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ହେବ। 3 ଦିିଅଁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହେବ । ପରଦିନ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ହେବା ସହ ଆଡ଼ପ ଅବଢ଼ା ବାହାରିବ । ତେବେ କୋଭିଡ କଟକଣା ହେତୁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.