କେନ୍ଦୁଝର: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୪ ରୁ ଉର୍ଦ୍ଧ୍ବ ଦୋକାନ ଗୃହ । ନିଆଁରେ ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଧପୁର ଠାରେ ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ମାଧପୁର ଛକରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ୪ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ଜଳିଯାଇଥିଲା । ସର୍ଟ ସର୍କିଟ ଯୋଗୁଁ ଦେକାନରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆଜି ସକାଳୁ ଆୟତ୍ତ କରିଥିବା ଜଣାପଡ଼ିଛି । ଦୋକାନ ଗୁଡିକ ମଧ୍ୟରେ ମୋବାଇଲ, ଗ୍ରୋସୋରି ଆଦି ଦୋକାନ ଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ