ETV Bharat / city

କମ ଖର୍ଚ୍ଚରେ ବ୍ୟାଟେରୀ ସାଇକେଲ ପ୍ରସ୍ତୁତ କଲେ ରାଧାଶ୍ୟାମ

author img

By

Published : Sep 9, 2019, 5:23 PM IST

Updated : Sep 9, 2019, 6:51 PM IST

ପ୍ରଦୂଷଣମୁକ୍ତ ବ୍ୟାଟେରୀ ଚାଳିତ ସାଇକେଲ ତାହା ପୁଣି କମ୍ ଖର୍ଚ୍ଚରେ। ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରିପାରିଛି । ଦେଖନ୍ତୁ ଏହି ରିପୋର୍ଟ...

ବ୍ୟାଟେରୀ ସାଇକେଲ ପ୍ରସ୍ତୁତ କଲେ ରାଧାଶ୍ୟାମ

ଆନନ୍ଦପୁର: ଜିଲ୍ଲାର ଘସିପୁରା ବ୍ଲକ ଅଧିନସ୍ଥ କେଶଦୁରାପାଳ ଗାଁର ରାଧାଶ୍ୟାମ ପଣ୍ଡା । ପ୍ରସ୍ତୁତ କରିଛନ୍ତି ଏକ ବ୍ୟାଟେରୀ ଚାଳିତ ସାଇକେଲ । ଶହେ କେଜି ଓଜନ ପର୍ଯ୍ୟନ୍ତ ଭାର ବୋହି ପାରିବ ଏହି ସାଇକେଲ । 8 ହଜାର ଟଙ୍କା ବ୍ୟୟରେ ପ୍ରସ୍ତୁତ କରାଯାଇଥିବା ଏହି ସାଇକେଲକୁ ଥରେ ଚାର୍ଜ କଲେ 20 କିଲୋମିଟର ବାଟ ଅତିକ୍ରମ କରୁଛି।

କମ ଖର୍ଚ୍ଚରେ ବ୍ୟାଟେରୀ ସାଇକେଲ ପ୍ରସ୍ତୁତ କଲେ ରାଧାଶ୍ୟାମ

ସାଇକେଲରେ ବାଇକ ପରି ସମସ୍ତ ସୁବିଧା ଖଞ୍ଜିଛନ୍ତି ରାଧାଶ୍ୟାମ । ସାଧାରଣ ସାଇକେଲ ଭଳି ଦେଖାଯାଉଥିବା ଏହି ସାଇକେଲ ପ୍ୟାଡେଲ ଦ୍ବାରା ନୁହେଁ ବରଂ ବ୍ୟାଟେରୀ ଆଉ ମୋଟର ସାହାଯ୍ୟରେ ଚାଲୁଛି ।

ସାଇକେଲର ପଛ ଚକରେ ଏକ ମୋଟର ଲାଗିଥିବା ବେଳେ ପଛ କ୍ୟାରିଏଲରେ ଏକ ବ୍ୟାଟେରୀ ଖଞ୍ଜାଯାଇଛି । ସେହିପରି ହ୍ୟାଣ୍ଡେଲର ବାମ ପାର୍ଶ୍ବରେ ରହିଥିବା ଏକ ନୀଳ ରଙ୍ଗର ସୁଇଚକୁ ଦବାଇଲେ ସାଇକେଲଟି ଗଡିବା ଆରମ୍ଭ କରେ । ଡାହାଣ ପାର୍ଶ୍ବରେ ରହିଥିବା ଆକ୍ସିଲେଟରକୁ ଘୂରାଇଲେ ସାଇକେଲର ଗତି ବଢୁଛି । ଖାଲି ସେତିକି ନୁହେଁ ସାଇକେଲରେ ହର୍ଣ୍ଣ ଆଉ ଲାଇଟ ମଧ୍ୟ ଲାଗିଛି ।

କେଶଦୁରାପାଳ ଜଳ ସମ୍ପଦ ବିଭାଗରେ କାର୍ଯ୍ୟରତ ରାଧାଶ୍ୟାମ ଖୁବଶିଘ୍ର ସୌର ଚାଳିତ ସାଇକେଲ ପ୍ରସ୍ତୁତ କରିବା ପାଇଁ ଲକ୍ଷ ରଖିଛନ୍ତି।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଈଟିଭି ଭାରତ

Intro:070919_ଯୁବକଙ୍କ ନିଆଁରା ପ୍ରାୟସ_pkg_Anandapur_R

ଆଙ୍କର-ପ୍ରଦୂଷଣମୂକ୍ତ ତଥା ବ୍ୟାଟେରୀ ଚାଳିତ ସାଇକେଲ୍,ତାହା ପୁଣି କମ୍ ଖର୍ଚ୍ଚରେ ।ଯାହା ସମସ୍ତଙ୍କୁ ଆକୃଷ୍ଟ କରେ । ଶହେ କେଜି ଓଜନ ଭାର ଯୁକ୍ତ ହୋଇ ଏହି ସାଇକେଲ୍ 20କିଲୋମିଟର ପଥ ଅତିକ୍ରମ କରିପାରେ । ମାତ୍ର 8ହଜାର ଟଙ୍କା ବ୍ୟୟରେ ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ତିଆରି କରିଛନ୍ତି କେଶଦୁରାପାଳର ରାଧାଶ୍ୟାମ୍ ପଣ୍ଡା । ଏଥିରେ ମୋଟର ବାଇକ୍ ପରି ସମସ୍ତ ସୁବିଧା ଖଞ୍ଜିଛନ୍ତି ରାଧାଶ୍ୟାମ୍ । ଦେଖିବା କେଶଦୁରାପାଳରୁ ଏହି ରିପୋର୍ଟ।

ଭି.ଓ.1-କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର କେଶଦୁରାପାଳ ଗାଁ । ଗାଁର ରାଧାଶ୍ୟାମ୍ ପଣ୍ଡାଙ୍କର ସାଇକେଲ୍ ଏକ ସାଧାରଣ ସାଇକେଲ୍ ପରି ଦେଖାଯାଉଥିଲେ ମଧ୍ୟ ଏହା ଏକ ବ୍ୟାଟେରୀ ଚାଳିତ ସାଇକେଲ୍ ।ଏହାର ପଛ ଚକରେ ଲାଗିଛି ଏକ ମୋଟର୍ ।ଆଗରେ ଲାଗିଥିବା ଏକ ସୁଇଚ୍ ଦବାଇଲେ ମୋଟର୍ ଘୁରିବା ସହ ସାଇକେଲ୍ ବ୍ୟାଟେରୀରେ ଚାଲେ ।ହ୍ୟାଣ୍ଡେଲର ଡାହାଣ ପଟେ ଲାଗିଥିବା ଏକ୍ସିଲେରେଟର୍ ଦବାଇଲେ ସାଇକେଲର ଗତି ବଢେ ।ହର୍ଣ୍ଣ ବାଜିବା ସହ ଲାଇଟ୍ ଜଳିବା ପାଇଁ ବାମ ପଟେ ରହିଛି ସ୍ବତନ୍ତ୍ର ସୁଇଚ୍ ।ସାଇକେଲ୍ କ୍ୟାରିୟରରେ ସେ ଖଞ୍ଜିଛନ୍ତି 2ଟି ବ୍ୟାଟେରୀ ।ସେଠାରେ ବ୍ୟାଟେରୀ ଚାର୍ଯ କରିବା ପାଇଁ ରହିଛି ଏକ 24ଭୋଳ୍ଟର ସକେଟ୍ ।ନିଜସ୍ବ ଜ୍ଞାନ କୌଶଳରେ ରାଧାଶ୍ୟାମ୍ ମାତ୍ର 8ହଜାର ଟଙ୍କା ବ୍ୟୟରେ ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ତିଆରି କରିଛନ୍ତି ।

ବାଇଟି-1-ରାଧାଶ୍ୟାମ୍ ପଣ୍ଡା,ବ୍ୟାଟେରୀ ଚାଳିତ ସାଇକେଲର ନିର୍ମାତା
ବାଇଟି-2-ଅରବିନ୍ଦ ଶତପଥୀ,ସ୍ଥାନୀୟ ବାସିନ୍ଦା

ଭି.ଓ.2-ରାଧାଶ୍ୟାମ୍ କେଶଦୁରାପାଳ ଜଳ ସମ୍ପଦ ବିଭାଗରେ 20ବର୍ଷ ହେଲା କାର୍ଯ୍ୟରତ । 2ଝିଅ,ସ୍ତ୍ରୀଙ୍କୁ ନେଇ ତାଙ୍କର ଛୋଟ ପରିବାର । ଅବସର ସମୟରେ ସେ ଲୋକଙ୍କର ଗାଡି ଓ ବିଭିନ୍ନ ବୈଦୁତିକ ଉପକରଣ ସଜାଡିବା କାମ କରିଥାନ୍ତି । 10ବର୍ଷ ପୂର୍ବରୁ ଏହି ବ୍ୟାଟେରୀ ଚାଳିତ ସାଇକେଲ୍ ନିର୍ମାଣ ପାଇଁ ସେ ସ୍ବପ୍ନ ଦେଖିଥିଲେ । ଯାହା ଏବେ ସାକାର ହୋଇ ପାରିଛି ।ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ସହକର୍ମୀ ଓ ସ୍ଥାନୀୟ ବାସିନ୍ଦା । ଅତି ଶୀଘ୍ର ସେ ଏକ ସୌରଚାଳିତ ସାଇକେଲ୍ ନିର୍ମାଣ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି । ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ

ବାଇଟି-3-କେଶବ ଚନ୍ଦ୍ର ଲେଙ୍କା,ସହକର୍ମୀ
ବାଇଟି-4-ବସନ୍ତ କୁମାର ମହାରଣା,ସ୍ଥାନୀୟ ବାସିନ୍ଦାBody:XConclusion:X
Last Updated : Sep 9, 2019, 6:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.