ETV Bharat / city

ରାଜ୍ୟବ୍ୟାପୀ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରତିବାଦ

କଥା ଦେଇ ଭୁଲିଗଲେ ରାଜ୍ୟ ସରକାର। ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶୃତିକୁ ଭୁଲି ଯାଇ ରାଜ୍ୟର ଚାଷୀଙ୍କୁ ଧୋକାଦେଇଥିବା ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ। କାଳିଆ ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିବା ସରକାର ଏବେ ମାତ୍ର ୪ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏନେଇ ଆଜି ନବ ନିର୍ମାଣ କୃଷକ ସଙ୍ଗଠନ ସମସ୍ତ ଜିଲ୍ଲାର ଏସପିଙ୍କୁ ଭେଟିଛି।

ନବ ନିର୍ମାଣ କୃଷକ ସଙ୍ଗଠନ
ନବ ନିର୍ମାଣ କୃଷକ ସଙ୍ଗଠନ
author img

By

Published : Dec 16, 2019, 10:18 PM IST

ଭୁବନେଶ୍ବର: ପ୍ରାଇସ୍,ପ୍ରେଷ୍ଟିଜ ଓ ପେନସନ ପାଇଁ ଲଢେଇ କରୁଥିବା ନବନିର୍ମାଣ କୃଷକ ସଙ୍ଗଠନ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି। କାଳିଆ ଯୋଜନାରେ କୃଷକଙ୍କୁ ପ୍ରତାରିତ କରୁଥିବା ପ୍ରତିବାଦରେ ସବୁ ଜିଲ୍ଲାରେ ସଙ୍ଗଠନ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଢେଙ୍କାନାଳ ଠାରେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ମିନିଷ୍ଟାଡିୟମରୁ ବାହାରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଅବସରରେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏସପିଙ୍କୁ ପ୍ରଦାନ କରାଯାଇଥିଲା।

ସେହିପରି ବଲାଙ୍ଗୀରରେ ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ କହି ତାଙ୍କ ନାଁରେ ଏସ୍‌ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ଯାଜପୁରରେ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଛି। ନବନିର୍ମାଣ ସଙ୍ଗଠନ ପକ୍ଷରୁ ପାଣିକୋଇଲିସ୍ଥିତ ଏସପି ଅଫିସରେ ଶତାଧିକ ସମର୍ଥକ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦ରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ।

ରାଜ୍ୟବ୍ୟାପୀ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରତିବାଦ

କେନ୍ଦୁଝରର କାଳି ପଡିଆରୁ ବାହାରି ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ଆବାହକ ଅକ୍ଷୟଙ୍କ ନେତୃତ୍ବରେ ଶତାଧିକ ଚାଷୀ ଏକ ବିରାଟ ପଦଯାତ୍ରା କରି କେନ୍ଦୁଝର ଏସପି ଅଫିସ ଘେରାଉ କରିଥିଲେ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ଯଦି ରଖି ଚାଷୀଙ୍କୁ ନିଜର ହକ ନଦେବ ତାହାଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି। ଏହା ସହ ପୋଲିସ ଯଦି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ନକଲେ ଆଇନର ଆଶ୍ରୟ ନେବ ବୋଲି ସଙ୍ଗଠନର ରାଜ୍ୟ ଆବାହକ ଅକ୍ଷୟ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡା ନବନିର୍ମାଣ କୃଷକ ସଂଘର ଶତାଧିକ କର୍ମକର୍ତ୍ତା ଆଜି ଗରାପୁର ସ୍ଥିତ ଡାକବଙ୍ଗଳା ଛକ ନିକଟରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଯିବା ସହ କାଳିଆ ଯୋଜନାର ବ୍ୟାପକ ଘୋଟାଲା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଚୟନ ପାଇଁ ଜିଲ୍ଲାର ଅତିରିକ୍ତ ଏସପିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ନବନିର୍ମାଣ କୃଷକ ସଂଘ ଫୁଲବାଣୀରେ ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶନ କରିଛି। ଫଲବାଣୀ ମାଦିକୁନ୍ଦା ଛକରୁ ଶହଶହ ଚାଷୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ରାଜ୍ୟ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:16.12.2019
Radhakanta Mohanty, Kendrapada
Slug-od_kpr_02_nabanirman_ready to publish_7204459
Anchor-କେନ୍ଦ୍ରାପଡା ନବନିର୍ମାଣ କୃଷକ ସଂଘର ଶତାଧିକ କର୍ମକର୍ତା ଆଜି ଗରାପୁର ସ୍ଥିତ ଡାକବଙ୍ଗଳା ଛକ ନିକଟରୁ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଯିବା ସହ କାଳିଆ ଯୋଜନାର ବ୍ୟାପକ ଘୋଟାଲା ଏବଂ ପ୍ରକୃତ ହିତାଧିକାରୀଙ୍କୁ ଚୟନ ନିମନ୍ତେ ଜିଲ୍ଲାର ଅରିରିକ୍ତ ଏସପି ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।ଘଟଣାରୁ ପ୍ରକାଶ ଯେ ୨୦୧୮ ଅକ୍ଟୋବେର ୨୯ ରୁ ନଭେମ୍ବର ୪ ପର୍ଯ୍ୟନ୍ତ ଏକ ସାତ ଦିନିଆ ପଦଯାତ୍ରା ରେ ରାଜ୍ୟ ଅର୍ଥମନ୍ତ୍ରୀ ଚାଷୀ ନେତୃତ୍ୱଙ୍କ ସହ ଆଲୋଚନା କରି ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରି ତାର ନିଷ୍ପତି କ୍ରମେ ଗତ ଜାନୁଆରୀ ୧୫ ତାରିଖରୁ କାଳିଆ ଯୋଜନା ଆରମ୍ଭ କରି ପ୍ରତ୍ୟକ ଚାଷୀଙ୍କୁ ବାର୍ଷିକ ଦଶ ହଜ଼ାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ କରିଥିଲେ ।ମାତ୍ର ଏବେ ସରକାର ସେ ଦଶ ହଜ଼ାର ଟଙ୍କା ରୁ ୬ ହଜ଼ାର ଟଙ୍କା କମାଇ ଦେଇ ବାର୍ଷିକ ୪ ହଜ଼ାର ଟଙ୍କା ଦେବାକୁ ସ୍ଥିର କରିଛନ୍ତି। ଏଭଳି ନିଷ୍ପତି କୁ ବିରୋଧ କରି ଆଜି ନବନିର୍ମାଣ କୃଷକ ସଂଘ ତରଫରୁ ଏକ ଶୋଭାଯାତ୍ରା କରିବା ସହ ମୁଖ୍ୟ ମନ୍ତ୍ରୀ ଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘଠନ ତରଫରୁ ଦାବି ହୋଇଛି।
Byt-ନିମାଇଁ ରାୟ (ରାଜ୍ୟ ସହ ସଂଯୋଜକ)
Byt-ବି ଗାଗାରିନ ମହାନ୍ତି (ଅତିରିକ୍ତ ଆରକ୍ଷୀ ଅଧିକ୍ଷକ)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.