କେନ୍ଦୁଝର: ସାରା ରାଜ୍ୟରେ ଦୁର୍ଗା ପୂଜାର ମାହୋଲ । ମା'ଙ୍କ ଆବାହନ ପାଇଁ ଭକ୍ତଙ୍କ ମନରେ ଅନେକ ଉତ୍ସାହ । ଦେବୀ ପୀଠରୁ ପୂଜା ମଣ୍ଡପ ସବୁଠି ମା'ଙ୍କ ପୂଜା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ଅନ୍ୟସ୍ଥାନ ପରି କେନ୍ଦୁଝର ସହରରେ ମଧ୍ୟ ମା'ଙ୍କ ପୂଜା ପାଇଁ ପୂଜା ମଣ୍ଡପ ନିର୍ମାଣ କରାଯାଇଛି ।
କେନ୍ଦୁଝର ସହରରେ ପୁରୁଣା ସହର, ରିଜର୍ଭ ଗ୍ରାଉଣ୍ଡ, ଡେଲି ମାର୍କେଟ, ଜଗନ୍ନାଥପୁର,ନିଉ କଲୋନୀ, ମାଧପୁର ଆଦି ସ୍ଥାନରେ ପୂଜା ମଣ୍ଡପ ନିର୍ମାଣ କରାଯାଇଛି । ସବୁଠି ମା'ଙ୍କର ସୁନ୍ଦର ମୂର୍ତ୍ତି ସାଙ୍ଗକୁ ସୁନ୍ଦର
ମେଢ଼ ସବୁ ନିର୍ମାଣ କରାଯାଇଛି ।
ମଣ୍ଡପରେ ଶୁକ୍ରବାର ବିଲ୍ବବରଣ ପରେ ଆଜି ଷଷ୍ଠୀ ପୂଜା କରାଯାଉଛି । ପୂଜା କମିଟି ପକ୍ଷରୁ ପାଞ୍ଚ ଦିନ ବ୍ୟାପି ସ୍ବତନ୍ତ୍ର ପୂଜା ବିଧିରେ ପୂଜା କରିବା ସହ ପ୍ରସାଦ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠାନ କରିବା ପାଇଁ
ପ୍ରସ୍ତୁତି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ