ETV Bharat / city

ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା, ଆଉ ଜଣେ ଗିରଫ - ରଘୁନାଥ ପଣ୍ଡା

ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ଼ ଘଟଣାରେ ଆଜି(ସୋମବାର) ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଧିକ ପଢନ୍ତୁ...

ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା, ଆଉ ଜଣେ ଗିରଫ

author img

By

Published : Oct 18, 2021, 1:32 PM IST

Updated : Oct 18, 2021, 6:01 PM IST

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା । ଆଜି(ସୋମବାର) ଆଉ ଜଣେ ଅଭିଯୁକ୍ତ ରଘୁନାଥ ପଣ୍ଡାକୁ ଗିରଫ କରିଛି କେନ୍ଦୁଝର ଟାଉନ ଥାନା ପୋଲିସ । ପୂର୍ବରୁ ରଘୁନାଥ ଫେରାର ଥିଲେ । ତେବେ ବର୍ତ୍ତମାନ ରଘୁନାଥଙ୍କୁ ମିଶାଇ ଘଟଣାରେ ମୋଟ ୬ ଜଣ ଗିରଫ ହୋଇଛନ୍ତି ।

ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା, ଆଉ ଜଣେ ଗିରଫ

ଗତ ୧୦ ତାରିଖରେ ବିଧାୟକ ମୋହନଙ୍କ ଗାଡି ଉପରକୁ ଦୁର୍ବୃତ୍ତମାନେ ବୋମାମାଡ କରିଥିଲେ । ମିଟିଂ ସାରି ଫେରୁଥିବା ବେଳେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ୨ଟି ବୋମାମାଡ କରିଥିଲେ । ଏଥିରେ ବିଧାୟକଙ୍କ ଗାଡି ସାମାନ୍ୟ ଭାଙ୍ଗି ଯାଇଥିଲା । ତେବେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ ଏନେଇ ଟାଉନ ଥାନାରେ ଅଭିଯୋଗ କରିବା ସହ ଏଥିପାଇଁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ରାଜା ଚକ୍ରଙ୍କୁ ଦାୟୀ କରିଥିଲେ ।

ଏହା ବି ପଢନ୍ତୁ: ମୋହନ ମାଝୀଙ୍କ ଗାଡିକୁ ବୋମାମାଡ ଘଟଣା: ୫ ଗିରଫ, ବିଧାୟକଙ୍କ ତଦନ୍ତ ବାଟବଣା ଅଭିଯୋଗ

ତେବେ କେନ୍ଦୁଝର ପୋଲିସ ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଗିରଫ ହୋଇଥିବା ବେଳେ ଜଣେ ଫେରାର ଥିବା ପୂର୍ବରୁ SP ମିତ୍ରଭାନୁ ମହାପାତ୍ର ପ୍ରକାଶ କରିଥିଲେ । ପୋଲିସ ତଦନ୍ତ କରି ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ୫ ଅଭିଯୋଗ ହେଉଛନ୍ତି ପ୍ରତାପ ରାଉତ, ବିଦ୍ୟାଧର ପରିଡା, ମନମୋହନ ଦାସ (ମୁନା), ଶରତ ଚନ୍ଦ୍ର ଜେନା ଓ ଶିକୁଲ ଶେଖ । ବ୍ୟକ୍ତିଗତ ଶତ୍ରୁତା ସହ ଆର୍ଥିକ କାରବାରକୁ ନେଇ ଆକ୍ରମଣ ହୋଇଥିବା ପୋଲିସ ସୂଚନା ଦେଇଛି ।

ଏମାନଙ୍କ ଠାରୁ 4ଟି ମୋବାଇଲ ଗୋଟିଏ ବାଇକ ଓ ୨ଟି ଅଫୁଟା ବୋମା ଜବତ କରିଛି ପୋଲିସ । ଆଜି ଉକ୍ତ ଘଟଣାରେ ଆଉ ଜଣେ ରଘୁନାଥଙ୍କୁ ଗିରଫ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ରଘୁନାଥଙ୍କୁ ପଣ୍ଡାପଡା ଥାନା ଅନ୍ତର୍ଗତ ନିଜ ହୁଣ୍ଡା ଗ୍ରାମରୁ ଗିରଫ କରିଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Oct 18, 2021, 6:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.