ETV Bharat / city

Chinese Manja: ଗୁଡିସୂତା ପୋଛିଦେଲା ସିନ୍ଦୂର, ୬ ମାସ ତଳେ କରିଥିଲେ ବିବାହ - ମାଞ୍ଜା ସୂତା ନେଲା ଜୀବନ

ପୁଣି ଜୀବନ ନେଲା ମାଞ୍ଜା ସୂତା(Chinese Manja) । କଟକର ଜଣେ ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

Chinese Manja: ଗୁଡିସୂତା ପୋଛିଦେଲା ସିନ୍ଦୂର, ୬ ମାସ ତଳେ କରିଥିଲେ ବିବାହ

author img

By

Published : Dec 26, 2021, 5:55 PM IST

Updated : Dec 26, 2021, 7:16 PM IST

କଟକ: ପୁଣି ଜୀବନ ନେଲା ମାଞ୍ଜା ସୂତା(Chinese Manja) । ମାଞ୍ଜା ସୂତାରେ କଟି ଯୁବକ ମୃତ । ଜଗତପୁର ପିରବଜାର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ଯୁବକ ଜଣକ ଜୟନ୍ତ ସାମଲ ଓ ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ ।

Chinese Manja: କଟକରେ ଅଘଟଣ, ଗୁଡିସୂତାରେ କଟି ଯୁବକ ମୃତ

ଆଜି(ରବିବାର) ଅପରାହ୍ନ ୪ଟା ସମୟରେ ଜୟନ୍ତ ବାଇକ ଯୋଗେ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯିବାବେଳେ ପୀର ବଜ଼ାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା । ସୂତା ଏତେ ଶକ୍ତ ଥିଲ ଯେ, ଏଥିରେ ଯୁବକଙ୍କ ବେକ ମଧ୍ୟ କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Dec 26, 2021, 7:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.