ETV Bharat / city

ରାମନବମୀରୁ ଆରମ୍ଭ ହେଲା ରଥକାଠ ଚିରଟ ପ୍ରକ୍ରିୟା

author img

By

Published : Apr 2, 2020, 8:30 PM IST

Updated : Apr 3, 2020, 3:34 PM IST

ଆଜି ହେଉଛି ପବିତ୍ର ରାମ ନବମୀ । ଆଜିଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଲାଗି ରଥକାଠ ଅନୁକୂଳ ହୋଇଥାଏ । ଏହି ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ କଟକ ଖପୁରିଆ ସ୍ଥିତ ସ’ ମିଲ ପରିସରରେ କାଠ ଚିରଟ ପକ୍ରିୟା ଆରମ୍ଭ ହୋଇଛି ।

Wood cutting for car festival
ରାମନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ

କଟକ: ଆଜି ହେଉଛି ପବିତ୍ର ରାମ ନବମୀ । ଆଜିଠାରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରାଙ୍କ ଲାଗି ରଥକାଠ ଅନୁକୂଳ ହୋଇଥାଏ । ଏହି ପରମ୍ପରା ଅନୁସାରେ ଆଜି ପୁରୀ ଶ୍ରୀ ମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ କଟକ ଖପୁରିଆ ସ୍ଥିତ ସ’ ମିଲ ପରିସରରେ କାଠ ଚିରଟ ପକ୍ରିୟା ଆରମ୍ଭ ହୋଇଛି । ତେବେ କୋରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବାବେଳେ ଆଜି ଅଳ୍ପ ଲୋକଙ୍କ ମଧ୍ୟରେ ଚିରଟ ପକ୍ରିୟା ଆରମ୍ଭ କରାଯାଇଛି ।

ରାମନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ

ରାମ ନବମୀରେ ଆରମ୍ଭ ହୋଇଛି ରଥଯାତ୍ରା ଲାଗି କାଠ ଚିରଟ ପକ୍ରିୟା । ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଥିଲା ପୂଜା । ଏହାପରେ ଶ୍ରୀଜିଉଙ୍କ ରଥଯାତ୍ରା ଲାଗି ରଥ କାଠର ଚିରଟ ପକ୍ରିୟା ଆରମ୍ଭ ହୋଇଥିଲା । ଆଜି ଏଭଳି କିଛି ଆଧ୍ୟାତ୍ମକି ପରିବେଶ ଦେଖିବାକୁ ମିଲିଥିଲା କଟକ ଖପୁରିଆ ସ୍ଥିତ ସମିଲ ପରିସରରେ । ଆଜି ଶ୍ରୀରାମନବମୀ ହୋଇଥିବାରୁ ଆଜିର ତିଥିରେ ହିଁ ରଥକାଠ ଚିରଟର ପରମ୍ପରା ରହିଛି ।

ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରୁ ଆଜ୍ଞା ମାଳ ଆଣିବା ପରେ ଯଥା ରିତୀନିତୀରେ ଚିରଟ ହୋଇଥିଲା । ଆସନ୍ତା 2 ମାସ ପର୍ଯ୍ୟନ୍ତ ଏହି ଠାରେ ରଥ କାଠ ଚିରଟ କରାଯିବା ପରେ ପୁରୀ ନିଆଯିବ ।

ଏହି ସମିଲ ପରିସରରେ ରଥଯାତ୍ରା ପାଇଁ ତିନି ରଥର ‘ପଇ’ ଓ ‘ଅର’ ଚକ ପ୍ରସ୍ତୁତ କରାଯିବ । ତିନି ରଥ ପାଇଁ 7ରୁ ସାଢେ 7 ହଜାର ଘନଫୁଟର କାଠ ଆବଶ୍ୟକ ହୋଇଥାଏ । ତିନିରଥ ପାଇଁ ଫାଶି, ଧମରା, ଅସନ,ସିମିଲି ,ରାଇ ଭଳି ବିଭିନ୍ନ ବର୍ଗର କାଠକୁ ବ୍ୟବହାର କରାଯାଇଥାଏ ।

ସେପଟେ ରଥ ଲାଗି ବୌଦ୍ଧ, ନୟାଗଡ ଓ ଖୋର୍ଦ୍ଧା ବନ ଡିଭିଜନରୁ କାଠ ଆସିଥିବା କହିଛନ୍ତି ବନ ବିଭାଗର ଅଧିକାରୀ । ଲକ୍‌ଡାଉନ୍‌ ପାଇଁ ସମିଲ ବନ୍ଦ ରହିଥିବାବେଳେ କେବଳ ରଥକାଠ ଚିରଟ ଲାଗି ଖୋଲାଯାଇଛି । ଏଥିସହିତ କୋରୋନା ପ୍ରତିକାର ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି । କର୍ମଚାରୀଙ୍କ ଭିଡକୁ ହଟାଇବା ଲାଗି ଚିରଟ ଲାଗି କେବଳ 7 ଜଣ କର୍ମଚାରୀଙ୍କ ନିୟୋଜିତ କରାଯାଇଛି । ସେହିପରି ପ୍ରତିଟି କର୍ମଚାରୀଙ୍କ ଲାଗି ମାସ୍କ, ଗ୍ଲୋବସ୍ ଓ ସାନିଟାଇଜର ମହଜୁଦ ରଖାଯାଇଥିବା କହିଛନ୍ତି କଟକ ରେଞ୍ଜ ବନବିଭାଗ ଅଧିକାରୀ ।

୨୦୦୪ ମସିହା ଠାରୁ କଟକ ଠାରେ ହିଁ ରଥଯାତ୍ରା ଲାଗି ରଥ କାଠ ଚିରଟ କାମ ସଂପାଦନ ହୋଇ ଆସୁଥିବାବେଳେ ଚଳିତ ବର୍ଷ ଲକ୍‌ଡାଉନ୍‌ ସତ୍ତ୍ବେ ବି ଏହି ପରମ୍ପରା ବଜାୟ ରହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 3, 2020, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.