ETV Bharat / city

ଏକା ସାଙ୍ଗରେ ୪ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା, 2 ମୃତ

author img

By

Published : Aug 8, 2021, 8:14 PM IST

Updated : Aug 8, 2021, 10:23 PM IST

କଟକ SCB ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସବ୍ୟସାଚୀ ହେଲେ ମାମୁଁ । ଅଧିକ ପଢନ୍ତୁ...

ଏକା ସାଙ୍ଗରେ ୪ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା

କଟକ: ଭାରତୀୟ ଚିକିତ୍ସା ଇତିହାସରେ ବିରଳ ଘଟଣା । ଏକାସାଙ୍ଗରେ ଜନ୍ମ ନେଇଛନ୍ତି ୪ ଶିଶୁ । ଆଉ ସବୁଠୁ ବଡ କଥା ହେଉଛି କୌଣସି ଅସ୍ତ୍ରୋପଚାର ପରିବର୍ତ୍ତେ ୪ ଜଣ ଶିଶୁଙ୍କର ହୋଇଛି ସ୍ବାଭାବିକ ପ୍ରସବ ।

ସବ୍ୟଙ୍କ ସହାୟତାରେ ସଫଳ ଡେଲିଭରୀ

SCB ମେଡିକାଲରେ ଜଣେ ଗର୍ଭବତୀ ମହିଳା ୪ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ନବଜାତକଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୨ ଜଣ ଅବଜରଭେସନରେ ଅଛନ୍ତି । ପ୍ରସୂତିଙ୍କର ବନ୍ଧ୍ୟା ଦୋଷ ସହ ଚିକଲ ସେଲିଡିଡ, ଥାଲାସେମିଆ, କ୍ରେକ, ରକ୍ତ ହୀନତା, ଜଣ୍ତିସ ଆଦି ଅନେକ ଗମ୍ଭୀର ରୋଗ ରହିଥିଲା। ଏହାସତ୍ତ୍ବେ ତାଙ୍କର ସାଧାରଣ ପ୍ରସବ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ତୁଷାର କର ।

ନୂଆ ଜୀବନ ପାଇଁ ପ୍ରସୂତି ଛବିତା ଓଲିଉଡ ଅଭିନେତା ସବ୍ୟସାଚୀଙ୍କୁ ଦେଇଛନ୍ତି ଧନ୍ୟବାଦ । କାରଣ ସବ୍ୟଙ୍କ ଆର୍ଥିକ ସହାୟତା ବଳରେ ଏହି 4 ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି ଛବିତା ।

ଭଞ୍ଜନଗର ଡିହପଡା ଅଞ୍ଚଳର ବୀରେନ୍ଦ୍ର ନାୟକଙ୍କ ସ୍ତ୍ରୀ ଛବିତା ଗର୍ଭବତୀ ଥିଲେ । ପ୍ରସବ ପାଇଁ ଛବିତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପ୍ରଥମେ ନିଆଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା ।

ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ ଛବିତା । ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର କରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଦଳ ତାଙ୍କର ପ୍ରସବ କରାଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 8, 2021, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.