କଟକ: ସିଲଭର ସିଟିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଜିଲ୍ଲାରେ 168 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଜିଲ୍ଲାରେ ସଦ୍ୟ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 32 ଜଣ ଓ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟାଇନରୁ 67 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ସେହିପରି 69ଟି ସ୍ଥାନୀୟ ସଂକ୍ରମଣର ମାମଲା ମଧ୍ୟ ଚିହ୍ନଟ ହୋଇଛି ।
ଏହାକୁ ମିଶାଇ ଏଯାବତ୍ କଟକ ମହାନଗର ନିଗମ ଅଞ୍ଚଳରୁ 12 ହଜାର 577 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 10 ହଜାର 256 ଜଣ । ସେପଟେ ସହରରେ ମୃତ୍ୟୁ ସଂଖ୍ୟା 51କୁ ବୃଦ୍ଧି ପାଇଥିବା ବେଳେ 2270ଟି ସକ୍ରିୟ ମାମଲା ରହିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ