କଟକ: ଆଫଗାନିସ୍ତାନରେ ଜାରି ହୋଇଛି ତାଲିବାନ ଶାସନ । ଆଉ ଏନେଇ ସବୁ ଦେଶର ନଜର ଏବେ ଆଫଗାନିସ୍ତାନ ଉପରେ । ତେବେ ବର୍ତ୍ତମାନ କୋଭିଡ ମହାମାରୀ ସମୟରେ ସେହି ଦେଶରୁ ଭାରତକୁ ଆମଦାନୀ ହେଉଥିବା ଅନେକ ଡ୍ରାଏ ଫ୍ରୁଟ ଆଇଟମ ଉପରେ ମଧ୍ୟ ରୋକ ଲାଗିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏହା ଆମଦାନୀ ନହେଲେ ମଧ୍ୟ ବଜାରରେ ଯାହାବି ଘରୋଇ ଖାଦ୍ୟ ରହିଛି ତାହା ଉପରେ ଅଧିକ ମାତ୍ରାରେ ଲୋକଙ୍କ ଚାହିଦା ରହୁଛି ।
ଏହାଛଡା ବର୍ତ୍ତମାନ କୋଭିଡ ସମୟରେ ସାଧାରଣ ଜନତା ଚାଉଳ, ଡାଲି, ତେଲ ଓ ଲୁଣକୁ ବିଶେଷ ମାତ୍ରାରେ ଗୁରୁତ୍ବ ଦେଉଛନ୍ତି । ସେପଟେ ଆଫଗାନିସ୍ତାନରୁ ଯେଉଁ ଡ୍ରାଏ ଫ୍ରୁଟ ଗୁଡିକ ଭାରତକୁ ଆମଦାନୀ ହେଉଥିଲା ଯେପରିକି ଖଜୁର, ଅଞ୍ଜିର, କାନ୍ଧାର ଓ କିସମିସ ଯାହାର ରଙ୍ଗ ସମ୍ପୂର୍ଣ୍ଣ ରୂପେ କଳା । ତେବେ ଏହି ସବୁ ଫ୍ରୁଟ ଆଇଟମର ଚାହିଦା ବର୍ତ୍ତମାନ କଟକ ସ୍ଥିତ ମାଲଗୋଦାମରେ ନାହିଁ ।
ଏବେ ଏହି ସବୁ ଦ୍ରବ୍ୟ ଗୁଡିକ ଉପରେ ବିଶେଷ ମାତ୍ରାରେ ଲୋକଙ୍କ ଫୋକସ ନାହିଁ । ତେବେ ଆଗାମୀ ଭବିଷ୍ୟତରେ ଯଦି ଆଫଗାନିସ୍ତାନରୁ ଡ୍ରାଏ ଫ୍ରୁଟ ଆମଦାନୀ ନ ହୁଏ ତେବେ ମାଲଗୋଦାମ ବ୍ୟବସାୟୀଙ୍କ ଉପରେ କୌଣସି ପ୍ରଭାବ ପଡିବନି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ