ETV Bharat / city

ସ୍ମିତାରାଣୀ ମୃତ୍ୟୁ ଘଟଣା, ରାଜ୍ୟସରକାରଙ୍କ ପାରିବାପଣିଆ ଉପରେ କଂଗ୍ରେସର ପ୍ରଶ୍ନ

author img

By

Published : Nov 5, 2019, 7:16 PM IST

ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ସ୍ମିତାରାଣୀଙ୍କୁ ଏବେ ପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନି। ଯାହା ସରକାରଙ୍କ ଅପାରଗତାକୁ ସିଧାସଳଖ ଦର୍ଶାଉଥିବା ଅଭିଯୋଗ ଆଣିଛି କଂଗ୍ରେସ। ଅଧିକ ଖବର ପଢନ୍ତୁ...

ସ୍ମିତାରାଣୀ ମୃତ୍ୟୁ ଘଟଣା,ରାଜ୍ୟସରକାରଙ୍କ ପାରିବାପଣିଆ ଉପରେ କଂଗ୍ରେସର ପ୍ରଶ୍ନ

କଟକ: ଯାଜପୁର ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା କଂଗ୍ରେସ। ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ସ୍ମିତାରାଣୀଙ୍କୁ ଏବେ ପର୍ଯ୍ୟନ୍ତ ନ୍ୟାୟ ମିଳିପାରୁନି। ଘଟଣାଟି 16 ଅକ୍ଟୋବରରୁ ଘଟିଥିଲେ ସୁଧା ଏଯାବତ ତଦନ୍ତ ପ୍ରକ୍ରିୟାରେ ଶିଥିଳତା ପରିଲକ୍ଷିତ ହେଉଛି।

କେବଳ ସେତିକି ନୁହେଁ ଝିଅକୁ ହରାଇଥିବା ପରିବାର ନିଜ ଘରେ ନିରାପଦରେ ରହିବାର ଅଧିକାର କ୍ଷୂର୍ଣ୍ଣ ହୋଇଛି। ଯାହାଫଳରେ ପରିବାର ଲୋକେ ଓଡିଶା ଛାଡିବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି। ମଙ୍ଗଳବାର ଡିଜି କାର୍ଯ୍ୟାଳୟ ଆସି ଅଭିଯୋଗ ଫର୍ଦ୍ଦର ଖୋଳତାଡ କରିଛନ୍ତି ମୋକିମ। ତେବେ ଏହି ଘଟଣାରେ ଡିଜିଙ୍କ ତୁରନ୍ତ ହସ୍ତକ୍ଷେପ ଦାବିକରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ଏହାସହିତ ପରିବାର ଲୋକଙ୍କୁ ନ୍ୟାୟ ଓ ସୁରକ୍ଷା ଦାବି ମଧ୍ୟ କରିଛନ୍ତି ସେ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସ୍ମିତାରାଣୀଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଇଥିବା ତଦନ୍ତକାରୀ ଏସପି ଓ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ଦାବିରେ ଉଲ୍ଲେଖ କରିଛନ୍ତି ସେ। ଯଦି ଏହି ପ୍ରସଙ୍ଗରେ ପୋଲିସ ଓ ସରକାର ପୁନର୍ବାର ଚୁପ ରୁହନ୍ତି ତେବେ ଆଗାମୀ ଦିନରେ କେବଳ ରାଜରାସ୍ତାରେ ନିଆଁ ଜଳିବ ବୋଲି କହିଛନ୍ତି ମୋକିମ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଯାଜପୁର ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀ ଅପ ମୃତ୍ୟ ମାମଲା । ରାଜ୍ୟ ସରକାର ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲା କଂଗ୍ରେସ । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ସ୍ମିତାରାଣୀ ଙ୍କୁ ମିଳି ପାରୁନି ନ୍ୟାୟ । ଘଟଣା ଟି 16 ଅକ୍ଟୋବର ରୁ ଘଟିଥିଲେ ସୁଧା ଏଜବତ ତଦନ୍ତ ପ୍ରକ୍ରିୟାରେ ସିଥିଲତା । ଏହାସହିତ ପୀଡିତା ପରିବାର ନିରାପଦ ରେ ରହିବାର ଅଧିକାର କ୍ଷୁର୍ଣ୍ଣ ହୋଇଛି । ଯୋଇଥିପାଇଁ ପରିବାର ଲୋକେ ଓଡିଶା ଛାଡିବା ପାଇଁ ବାଧ୍ୟ ହେଲେଣି ହେଲେଣି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ।

ଆଜି ଡିଜି କାର୍ଯ୍ୟାଳୟ ଆସି ଅଭିଯୋଗ ର ଫର୍ଦ୍ଦ ଖୋଳଛନ୍ତି ମୋକିମ । ତେବେ ଏହି ଘଟଣା ରେ ଡିଜି ଙ୍କ ତୁରନ୍ତ ହସ୍ତକ୍ଷେପ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ । ଏହାସହିତ ପରିବାର ଲୋକଙ୍କୁ ନ୍ୟାୟ ଓ ସୁରକ୍ଷା ଦାବି ମଧ୍ୟ କରିଛନ୍ତି ମୋକିମ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସ୍ମିତାରାଣୀ ଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଇଥିବା ତଦନ୍ତକାରୀ ଥ ଏସପି , ଓ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିବା ନିହାତି ଆବଶ୍ୟକ ବୋଲି ଦାବୀ ରେ ଉଲ୍ଲେଖ କରିଛନ୍ତି ସେ । ଯଦି ଏହି ପ୍ରସଙ୍ଗ ରେ ପୋଲିସ ଓ ସରକାର ପୁନର୍ବାର ଚୁପ ରୁହନ୍ତି ତେବେ ଆଗାମୀ ଦିନରେ କେବଳ ରାଜରାସ୍ତା ରେ ନିଆଁ ଜଳିବ ବୋଲି କହିଛନ୍ତି ମୋକିମ ।

Body:ବାଇଟ: ମହମ୍ମଦ ମୋକିମ ( ବିଧାୟକ ବାରବାଟୀ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.