କଟକ: ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସଙ୍କ ଘରେ ରେଡ କରିଛି ଭିଜିଲାନ୍ସ । କଟକ ସ୍ଥିତି ନିଜ ବାସଭବନ ସମେତ ମୋଟ 5ଟି ସ୍ଥାନରେ ଚାଲିଛି ଚଢାଉ । ରେଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ମଧ୍ୟ ଜବତ ହୋଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ ପ୍ରତିକ୍ରିୟା ମିଳି ନ ଥିବା ବେଳେ ସେ କୌଣସି ପ୍ରକାର ଦୁର୍ନୀତି କରି ନ ଥିବା କହିଛନ୍ତି ରମେଶ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ