ETV Bharat / city

ରକ୍ତ ବେପାର କରି ବନ୍ଧା ହେଲେ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ରକ୍ତ ପାଇଁ ଲାଞ୍ଚ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର ଲ୍ୟାବ ଟେକନିସିଆନ କିଶୋର ସ୍ୱାଇଁ । ଅଧିକ ପଢନ୍ତୁ

author img

By

Published : Feb 8, 2022, 1:43 PM IST

ରକ୍ତ ବେପାର କରି ବନ୍ଧା ହେଲେ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ
ରକ୍ତ ବେପାର କରି ବନ୍ଧା ହେଲେ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

କଟକ: ରକ୍ତକୁ ନେଇ ବେପାର । ରକ୍ତ ପାଇଁ ଲାଞ୍ଚ ନେଇ ବନ୍ଧା ହେଲେ କଟକ ରେଡ଼କ୍ରସ ରକ୍ତ ଭଣ୍ଡାରର ଲ୍ୟାବ ଟେକନିସିଆନ । ଜଣେ ରୋଗୀ ସମ୍ପର୍କୀୟଙ୍କ ଠାରୁ ରକ୍ତ ପାଇଁ 5 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ କିଶୋର ସ୍ୱାଇଁ । ଗିରଫ ପରେ ଆଜି କିଶୋରଙ୍କୁ କୋର୍ଟ ଚାଲାଣ କରାଯିବ।

ସେପଟେ ରକ୍ତ ଭଣ୍ଡାରରେ ପହଁଞ୍ଚି ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ଟିମ । ଅଭିଯୁକ୍ତ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ କରିଛି ଟିମ । ତେବେ ଏହି ଘଟଣାକୁ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ନିନ୍ଦା କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ପାଇଁ ଟଙ୍କା ଦାବି କରାଯାଏ ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.