କଟକ: ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବଙ୍କ ନାଁ ପୁଣି ଏକ ମାମଲା ରୁଜୁ କଲେ ପତ୍ନୀ ବର୍ଷା । ସେ କଟକ SDJMଙ୍କ କୋର୍ଟରେ କମ୍ପ୍ଲେନ କେସ୍ ରୁଜୁ କରିଛନ୍ତି । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ଏପରି କରୁଥିବା ଉଲ୍ଲେଖ କରିଛନ୍ତି ବର୍ଷା ।
ପ୍ରକାଶଥାଉ କି, ପୂର୍ବରୁ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତାଙ୍କୁ ଦୁଇ ମାସର ମହଲତ ମିଳିଛି ।