ETV Bharat / city

କୋରୋନା କଟକଣା ସହ କଟକରେ ଚାଲିଛି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା - କଟକ ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା ଖବର

କଟକର ଚାଲିଛି ସିଭିଲ ସର୍ଭିସ ପରୀକ୍ଷାର ପ୍ରିମିଲମନାରୀ ପରୀକ୍ଷା । ସମ୍ପୂର୍ଣ୍ଣ କୋରୋନା କଟକଣା ସହ ଚାଲିଛି ପରୀକ୍ଷା । ସକାଳ 9:30 ରୁ 11:30 ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ 2:30 ରୁ 4:30 ପରୀକ୍ଷା ଚାଲିଛି । ଅଧିକ ପଢନ୍ତୁ...

କୋରୋନା କଟକଣା ସହ କଟକରେ ଚାଲିଛି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା

author img

By

Published : Oct 4, 2020, 3:46 PM IST

କଟକ: ଚାଲିଛି ୟୁପିଏସସି ପରୀକ୍ଷା । କଟକର ଚାଲିଛି ସିଭିଲ ସର୍ଭିସ ପରୀକ୍ଷାର ପ୍ରିମିଲମନାରୀ ପରୀକ୍ଷା । କୋରୋନା କଟକଣା ସହ ପରୀକ୍ଷାର୍ଥୀ ଦେଉଛନ୍ତି ପରୀକ୍ଷା ।

କୋରୋନା କଟକଣା ସହ କଟକରେ ଚାଲିଛି ୟୁପିଏସସି ପ୍ରିଲିମିନାରୀ ପରୀକ୍ଷା

କେନ୍ଦ୍ର ଲୋକସେବା ଆୟୋଗ ଦ୍ବାରା ପରିଚାଳିତ 2020 ୟୁପିଏସସି ପ୍ରିଲିମନାରୀ ପରୀକ୍ଷା ଓଡିଶାର କଟକ ଓ ସମ୍ବଲପୁର ସହରରେ ଆରମ୍ଭ ହୋଇଯାଇଛି । ଦୁଇଟି ସିଟିଂରେ ଚାଲିଛି ପରୀକ୍ଷା । ସକାଳ 9:30 ରୁ 11:30 ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ 2:30 ରୁ 4:30 ପରୀକ୍ଷା ହେଉଛି । ଓଡ଼ିଶାରେ ହଜାର ହଜାର ପରୀକ୍ଷାର୍ଥୀ ୟୁପିଏସସି ପରୀକ୍ଷା ଦେଉଥିଲା ବେଳେ ସାରା ଦେଶରେ ପାଖାପାଖି 10 ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।

କୋଭିଡଗାଇଡ ଲାଇନ ଆଧାରରେ ଉଭୟ ପରୀକ୍ଷା ହଲ ଓ ବାହାରେ ବିଶେଷ ବ୍ୟବସ୍ଥା କରାଯାଇଛି । ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ଓ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯାଇଛି । ଏହି ପରୀକ୍ଷାରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ ଆସନ୍ତା ବର୍ଷ ମେନ ତଥା ଲିଖିତ ପରୀକ୍ଷା ଦେବା ପାଇଁ ଯୋଗ୍ୟତା ହାସଲ କରିବେ ।

କଟକରୁ ପ୍ରଭୂକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.