ETV Bharat / city

କାନଭାସ୍ ନୁହେଁ ପତ୍ରରେ ଆକର୍ଷଣୀୟ କଳାକୃତି, ଅଶ୍ୱସ୍ତ ପତ୍ର ଓ ବାଦାମରେ କାଳିଆ ସାଆନ୍ତଙ୍କ ଅବିକଳ ପ୍ରତିକୃତି

ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି ତାକୁ ସେ କୋଳେଇ ନିଅନ୍ତି । କାଳିଆ ସାଆନ୍ତଙ୍କ ପ୍ରତି ଥିବା ଭକ୍ତି ଅର୍ଘ୍ୟକୁ ପତ୍ର ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି କଟକର ଝିଅ ଭାଗ୍ୟଶ୍ରୀ ବେହେରା । ଅଧିକ ପଢନ୍ତୁ

author img

By

Published : Apr 14, 2022, 3:54 PM IST

କାଳିଆ ପ୍ରେମରେ ବନ୍ଧା ଭାଗ୍ୟଶ୍ରୀ,  ଅଶ୍ୱସ୍ଥ ପତ୍ର ଓ ବାଦାମରେ କାଳିଆ ସାଆନ୍ତଙ୍କ ଅବିକଳ ପ୍ରତିକୃତି

କଟକ: ଭକ୍ତ ଭାବରେ ବନ୍ଧା ବଡ଼ ଠାକୁର । ଯେଉଁ ଭକ୍ତ ହୃଦୟ ସହକାରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତି ତାକୁ ସେ କୋଳେଇ ନିଅନ୍ତି । କାଳିଆ ସାଆନ୍ତଙ୍କ ପ୍ରତି ଥିବା ଭକ୍ତି ଅର୍ଘ୍ୟକୁ ପତ୍ର ମାଧ୍ୟମରେ ବର୍ଣ୍ଣନା କରୁଛନ୍ତି କଟକର ଝିଅ ଭାଗ୍ୟଶ୍ରୀ ବେହେରା । ଅଶ୍ୱସ୍ତ ପତ୍ରରେ ନିଖୁଣ ମହାପ୍ରଭୁଙ୍କ ଚିତ୍ର ଆଙ୍କି ଏବେ ସେ ସିଲଭରସିଟିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । କଟକ ଦରଘା ବଜାର ଜେଲ ରୋଡ଼ରେ ନିଜ ପରିବାର ସହ ରହୁନ୍ତି ଭାଗ୍ୟଶ୍ରୀ ବେହେରା ।

କାଳିଆ ପ୍ରେମରେ ବନ୍ଧା ଭାଗ୍ୟଶ୍ରୀ, ଅଶ୍ୱସ୍ତ ପତ୍ର ଓ ବାଦାମରେ କାଳିଆ ସାଆନ୍ତଙ୍କ ଅବିକଳ ପ୍ରତିକୃତି

ଜଣେ ବ୍ୟାଙ୍କିଙ୍ଗ ଛାତ୍ରୀ ହୋଇ ମଧ୍ୟ ପ୍ରଭୁ ପ୍ରେମରେ ବିଲୀନ ଭାଗ୍ୟଶ୍ରୀ । ଯାହା ତାଙ୍କ ପାଇଁ ଓ ପରିବାର ପାଇଁ ଆଣି ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ଭାଗ୍ୟଶ୍ରୀଙ୍କ ହାତ ସ୍ପର୍ଶରେ ଅଶ୍ବସ୍ତ ପତ୍ରରେ ଜୀବନ୍ତ ହୋଇ ଉଠୁଛି କାଳିଆର କଳାକୃତି । କୌଣସି କାନଭାସରେ ନୁହେଁ ବରଂ ବାଡି ବଗିଚାର ପତ୍ର ବ୍ୟବହାର କରି ଆଙ୍କୁଛନ୍ତି କାଳିଆର କଳାକୃତି । ବିନା କୌଣସି ତାଲିମରେ ସୁନ୍ଦର ଆକର୍ଷଣୀୟ କରୁଛନ୍ତି ଭାଗ୍ୟଶ୍ରୀ । ବାଡ଼ିରେ ଥିବା ଅଶ୍ୱସ୍ତ ଗଛରୁ ପତ୍ର ଆଣି ତାହାକୁ 25 ରୁ 30 ଦିନ ପାଣିରେ ଭିଯାଇସାରିବା ପରେ ପତ୍ରକୁ ସୁଖେଇ ତାହାକୁ ଚିତ୍ରକଳା ପାଇଁ ବ୍ୟବହାର କରନ୍ତି ।

ତେବେ ତାଙ୍କର କଳାକୃତି ଯିଏ ଦେଖିବ ସିଏ ଘଡିଏ ପାଇଁ ଆଶ୍ଚର୍ଯ୍ୟ ହୋଇଯିବ । ସ୍ଥାନୀୟ ଅଞ୍ଚଳରେ ଭାଗ୍ୟଶ୍ରୀଙ୍କ କଳାକୃତି ଏବେ ବେଶ ଚର୍ଚ୍ଚାରେ । ସତେ ଯେମିତି ମନେ ହେଉଛି ସେ ପଡିଛନ୍ତି ଜଗା ପ୍ରେମରେ । ଗୋଟିଏ ପଟେ ପ୍ରଭୁ ଜଗନ୍ନାଥଙ୍କ ଗୁଣଗାନ ଅନ୍ୟପଟେ ନିଜର ସ୍ୱତନ୍ତ୍ର ପରିଚୟ ଦିଗରେ ଲାଗି ପଡିଛନ୍ତି ଭାଗ୍ୟଶ୍ରୀ ।ପିଲାବେଳେ ଯାହା ଦେଖୁଥିଲେ ତାହା ଆଙ୍କି ଜୀବନ୍ତ କରୁଥିଲେ । ଆଜି ସେହି ଆଗ୍ରହ ତାଙ୍କୁ ଦେଇଛି ନୂଆ ପରିଚୟ । ଅନ୍ୟପଟେ ପରିବାରର ସମର୍ଥନ ଭାଗ୍ୟଶ୍ରୀଙ୍କ ପାଇଁ ଏକ ବରଦାନ ସଦୃଶ୍ୟ । ଏହା ପରିବାରର ଭକ୍ତି ଭାବକୁ ମଧ୍ୟ ଆହୁରି ବୃଦ୍ଧି କରି ଦେଇଛି । ତେବେ ଆଗମୀ ଦିନରେ ଭାଗ୍ୟଶ୍ରୀ ଚିତ୍ରକଳା ପ୍ରତି ଯେଉଁ ଭଲ ପାଇବା ରହିଛି ତାହା ସର୍ଵଦା ପରିବାର ପକ୍ଷରୁ ସମର୍ଥନ ରହିବା ନେଇ କହିଛନ୍ତି ଭାଗ୍ୟଶ୍ରୀଙ୍କ ମାଆ ।

ତେବେ କୁହାଯାଏ ଯେଉଁଠି କାଳିଆ ସାଆନ୍ତ ରହିଛି ସେଠାରେ ସବୁ ବିଦ୍ୟମାନ । କାଳିଆ ପ୍ରତି ଥିବା ଭଲ ପାଇବା ସମୟ ସହିତ ଏମିତି ବଢୁ । ଭାଗ୍ୟଶ୍ରୀଙ୍କ ଏହି କଳା ତାଙ୍କୁ ନୂଆ ପରିଚୟ ଆଣିଦେଉ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.