ETV Bharat / city

ଆସୁଛନ୍ତି ଅମିତ ଶାହା, କଟକରେ ମୁତୟନ ହେବେ 30 ପ୍ଲାଟୁନ ଫୋର୍ସ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତକୁ ନେଇ ସିଲଭର ସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ

author img

By

Published : Aug 7, 2022, 4:02 PM IST

ଆସନ୍ତାକାଲି କଟକ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେଥିପାଇଁ ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଟ୍ବିନସିଟିର ରାଜରାସ୍ତା ବିଜେପିମୟ ହୋଇଛି । ରବିବାର ରାତିରେ ଶାହ ଭୁବନେଶ୍ବର ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବାବେଳେ ସୋମବାର(ଅଗଷ୍ଟ 8) କଟକରେ କାର୍ଯ୍ୟକ୍ରମ ରହିଛି । ସେଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶାହଙ୍କ ଗସ୍ତବେଳେ ୩୦ ପ୍ଲାଟୁନ ପୋଲିସ ମୁତୟନ ହେବେ ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଶାହଙ୍କ ଓଡିଶା ଗସ୍ତ ସୂଚୀ ଅନୁଯାୟୀ, ରବିବାର ଭୁବନେଶ୍ବରରେ ପହଞ୍ଚିବେ ଓ ରାତିରେ ରାଜଧାନୀରେ ରାତ୍ରି ଯାପନ କରିବେ । ପରେ ସୋମବାର କଟକ ଗସ୍ତ କରିବେ । କଟକରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରିବା ସହ ପ୍ରଜାତନ୍ତ୍ର ଖବରକାଗଜର 75ତମ ପ୍ରତିଷ୍ଠା ଦିବସରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

କଟକ ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏଥିପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ, ବରିଷ୍ଠ ପୋଲିସ ଅଧିକାରୀ, ଟ୍ରାଫିକ କର୍ମଚାରୀଙ୍କୁ ମୁତୟନ ହେବେ । କେନ୍ଦ୍ର ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା, କାର୍ଯ୍ୟକ୍ରମସ୍ଥଳୀର ସ୍ଥିତି ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ, ଡିସିପି ଏବଂ ସିଏମସି କମିସନର । ଶାହ ଇଣ୍ଡୋର ଷ୍ଟାଡିୟମ୍ ଯିବା ସମୟରେ ବିଜେପି ପକ୍ଷରୁ ବିଭିନ୍ନ ଛକରେ ଭବ୍ୟ ସ୍ଵାଗତ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.