କଟକ: ଉଲିବୁର ଖଣି ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ୩ ମାସ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଓଡିଶା ହାଇକୋର୍ଟ। ୭ ବର୍ଷ ଜେଲରେ ରହିଥିବାରୁ ଓ ନିୟମିତ ଶୁଣାଣି ହେଉନଥିବାରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଏକ କୋଟି ଟଙ୍କାର ଜମାରାଶି ପ୍ରଦାନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି।
ସେହିପରି ୨ କୋଟି ଟଙ୍କାର ୨ ଜଣ ଜାମିନଦାର ବଦଳରେ ମୁକିଳିବାକୁ ସର୍ତ୍ତ ରଖାଯାଇଛି। ତେବେ ନିଜର ପାସପୋର୍ଟ ଦାଖଲ କରିବା ସହ କୌଣସି ସାକ୍ଷ୍ୟଙ୍କୁ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରହିଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ