ETV Bharat / city

Women T-20 Challenge: ଦୁଇ ଓଡିଆ କ୍ରିକେଟର ସାମିଲ, ଖୁସିବ୍ୟକ୍ତ କଲା OCA

author img

By

Published : May 16, 2022, 9:14 PM IST

ମହିଳା ଟି20 ଚ୍ୟାଲେଞ୍ଜ (Women T-20 Challenge) ଟ୍ରଫିରେ ନଜର ଆସିବେ ଦୁଇ ମହିଳା ଓଡ଼ିଆ କ୍ରିକେଟର । ଏନେଇ ଖୁସିବ୍ୟକ୍ତ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ଅଧିକ ପଢନ୍ତୁ

Women T20 Challenge: ଦୁଇ ଓଡ଼ିଆ କ୍ରିକେଟର ସାମିଲ, ଖୁସିବ୍ୟକ୍ତ କଲା OCA

କଟକ: ମହିଳା ଟି20 ଚ୍ୟାଲେଞ୍ଜ (Women T20 Challenge) ଟ୍ରଫିରେ ନଜର ଆସିବେ ଦୁଇ ମହିଳା ଓଡ଼ିଆ କ୍ରିକେଟର । ଆସନ୍ତା 23 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ପୁଣେରେ ଖେଳାଯିବାକୁ ଥିବା ମହିଳା ଟି-20 ଚ୍ୟାଲେଞ୍ଜ ଟ୍ରଫି ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ (OCA)ର ଦୁଇ ମହିଳା ଖେଳାଳି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓ ସୁଜାତା ମଲ୍ଲିକ ଚୟନ ହୋଇଛନ୍ତି । ଯାହାକୁ ନେଇ ଖୁସି ପ୍ରକାଶ କରିଛି ଓସିଏ ।

ତେବେ ଏହି ଦୁଇ ଖେଳାଳି ସ୍ମୃତି ମନ୍ଧାନାଙ୍କ ଟିମ ଟ୍ରେଲବ୍ଲେଜର(Trailblazers)ରେ ନଜର ଆସିବେ। ତେବେ ଉଭୟଙ୍କୁ ଆଜି ଚୟନ କରିଛି ଅଲ ଇଣ୍ଡିଆ ମହିଳା ଚୟନ କମିଟି । ଅଲ ଇଣ୍ଡିଆ ମହିଳା ଚୟନ କମିଟି ଏହି ୩ଟି ଦଳ ପାଇଁ ଖେଳାଳୀଙ୍କୁ ଚୟନ କରିଛି । ପ୍ରତ୍ୟେକ ଦଳରେ 16 ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଛି । ଆଇପିଏଲ୍ 2022 ମ୍ୟାଚର ଶେଷ ପର୍ଯ୍ୟାୟରେ ମହିଳା ଟି -20 ଚ୍ୟାଲେଞ୍ଜ ଆୟୋଜିତ ହେବ ।

ଏହା ବି ପଢନ୍ତୁ- Women T20 Challenge: ବିସିସିଆଇ ଘୋଷଣା କଲା ଦଳ, ୩ ଟିମ ମଧ୍ୟରେ ହେବ ଲଢେଇ

ସୂଚନା ଥାଉ କି ମହିଳା ଟି-20 ଚ୍ୟାଲେଞ୍ଜ 2022 ସିଜନ ପାଇଁ ହରମନ ପ୍ରୀତ୍‌ କୌରଙ୍କୁ ସୁପରନୋଭାସ୍ ଦଳର ଅଧିନାୟିକା ଦାୟିତ୍ବ ଦିଆଯାଇଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ଟ୍ରେଲବ୍ଲେଜର ଏବଂ ଦୀପ୍ତି ଶର୍ମାଙ୍କୁ ଭେଲୋସିଟି ଦଳର ଅଧିନାୟକା ଦାୟିତ୍ବ ଦିଆଯାଇଛି । ଏହି ସିଜନରେ ମୋଟ ୪ଟି ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି ବିସିସିଆଇ(BCCI) । ମେ ୨୩ରେ ବା ପ୍ରଥମ ମ୍ୟାଚ ସୁପରନୋଭାସ୍ ଏବଂ ଟ୍ରେଲବ୍ଲେଜର ମଧ୍ୟରେ ଖେଳାଯିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.