ETV Bharat / city

ଚାନ୍ଦା ମାଗିବା ପଡିଲା ମହଙ୍ଗା; ବନ୍ଧାହେଲେ ପୂଜା କମିଟିର ୨ ସଦସ୍ୟ - ବନ୍ଧାହେଲେ ପୂଜା କମିଟିର ୨ ସଦସ୍ୟ

ପୂଜା ଚାନ୍ଦା ଆଦାୟ କରି ଫସିଲା କଲେଜ ଛକ ପୂଜା କମିଟି । 2 ଜଣ କର୍ମକର୍ତାଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ । ଅଧିକ ପଢନ୍ତୁ...

କଟକ
କଟକ
author img

By

Published : Sep 28, 2021, 8:28 PM IST

କଟକ: ପୂଜା ଚାନ୍ଦା ଆଦାୟ କରି ଫସିଲା କଲେଜ ଛକ ପୂଜା କମିଟି । 2 ଜଣ କର୍ମକର୍ତାଙ୍କୁ ଗିରଫ କଲା ମାଲଗୋଦାମ ଥାନା ପୋଲିସ ।

ଚାନ୍ଦା ମାଗିବା ପଡିଲା ମହଙ୍ଗା; ବନ୍ଧାହେଲେ ପୂଜା କମିଟିର ୨ ସଦସ୍ୟ

ସୂଚନା ଅନୁସାରେ ଚାନ୍ଦା ମାଗିବା ଅଭିଯୋଗରେ ଶରତ କୁମାର ବେହେରା ଓ ରାକେଶ ବେହେରା ଉଭୟଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଉକ୍ତ ଅଞ୍ଚଳର ଏକ ଷ୍ଟିଲ ବ୍ୟବସାୟୀଙ୍କୁ 13 ହଜାର ଟଙ୍କା ଚାନ୍ଦା ଦେବାକୁ ବାଧ୍ୟ କରିବାରୁ ମାଲଗୋଦାମ ଥାନାରେ ବ୍ୟବସାୟୀ ଗତକାଲି(ସୋମବାର) ଏତଲା ଦେଇଥିଲେ ।

ତେବେ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି, ଆଜି(ମଙ୍ଗଳବାର) କଲେଜ ଛକ ପୂଜା କମିଟିର ଦୁଇ ସଦସ୍ୟଙ୍କୁ ଗିରଫ କରିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.