ETV Bharat / city

ଆଇନଜୀବୀଙ୍କୁ ମିଳିବ ୫ ହଜାର ଆର୍ଥିକ ସହାୟତା - ଆଇନଜୀବୀ ଅଜୟ କୁମାର ବରାଳ

ଯୁବ ଆଇନଜୀବୀଙ୍କ ପାଇଁ ଖୁସି ଖବର । ୧୨ ହଜାର ଆଇନଜୀବୀଙ୍କୁ ମିଳିବ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ।

Twelve thousands advocates will get five thousands rupees
ଯୁବ ଆଇନଜୀବୀଙ୍କୁ ମିଳିବ ୫ ହଜାର ଆର୍ଥିକ ସହାୟତା
author img

By

Published : Jul 31, 2020, 5:48 AM IST

କଟକ: ଯୁବ ଆଇନଜୀବୀଙ୍କ ପାଇଁ ଖୁସି ଖବର । ୧୨ ହଜାର ଆଇନଜୀବୀଙ୍କୁ ମିଳିବ ୫ ହଜାର ଲେଖାଏଁ ଆର୍ଥିକ ସହାୟତା । ଏନେଇ ରାଜ୍ୟ ଆଇନଜୀବୀ ପରିଷଦ ଇମରଜେନ୍ସି ଫାଇନାନସିଆଲ ଆସିଷ୍ଟାନ୍ସ କମିଟି ବୈଠକରେ ଆଲୋଚନା କରାଯାଇ ଆବଶ୍ୟକ ପ୍ରସ୍ତାବ ଗ୍ରହଣ କରାଯାଇଛି ।

ଯୁବ ଆଇନଜୀବୀଙ୍କୁ ମିଳିବ ୫ ହଜାର ଆର୍ଥିକ ସହାୟତା

ଆଇନଜୀବୀ ଅଜୟ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ପ୍ରାୟ ୧୫ ହଜାର ଆଇନଜୀବୀ ଏଥିପାଇଁ ପଞ୍ଜିକରଣ କରିଥିଲା ବେଳେ ଏହାର ଯାଞ୍ଚ କରାଯାଇ ୧୨ ହଜାର ଆଇନଜୀବୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ପାଣ୍ଠିରେ ମାତ୍ର ୩୦ ଲକ୍ଷ ଟଙ୍କା ଥିଲାବଳେ ଆବଶ୍ୟକ ପଡୁଛି ଅଧିକ ୬ କୋଟି ଟଙ୍କା । ତେବେ ଏହି ଟଙ୍କା ସଂଗ୍ରହ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଆଇନଜୀବୀ ବିଭୁତି ଚୌଧୁରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.