କଟକ: ବିରୂପା ପୋଲ କାମ ହେବା ନେଇ ଯାତାୟାତ ଉପରେ କଟକଣା । ଓଡିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ, ଟ୍ବିନ ସିଟି ଟ୍ରାଫିକ ଓ ପବ୍ଲିକ ଅର୍ଡର 2008 ଧାରା 36 ଅନୁଯାୟୀ ସର୍ବସାଧାରଣଙ୍କ ଯାତାୟାତ ନିମନ୍ତେ ଲାଗୁ କରାଯାଇଛି କଟକଣା ।
ଭୁବନେଶ୍ବର ବାମ ପାର୍ଶ୍ଵରେ ଥିବା ବିରୂପା ପୋଲର ମରାମତି କରିବା ନିମନ୍ତେ ଆସନ୍ତା 16ରୁ ସେପ୍ଟେମ୍ବର 13 ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ । ଜଗତପୁର ପଟୁ ମଙ୍ଗୁଳି ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଯାନ ମଝି ବିରୂପା ପୋଲ ଦେଇ ଯାତାୟାତ କରିପାରିବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ