ETV Bharat / city

ଦେବଦୂତ ସାଜିଲେ ଟ୍ରାଫିକ କର୍ମଚାରୀ, ଅଳ୍ପକେ ବର୍ତ୍ତିଲେ ବାଟୋଇ

author img

By

Published : Mar 12, 2021, 7:51 AM IST

କଟକ ବାଦାମବାଡି ଛକରେ ସଡକ ଦୁର୍ଘଟଣା । ହେଲେ ଅଳ୍ପକେ ବର୍ତ୍ତିଲେ ବାଟୋଇ । ଦେବଦୂତ ସାଜିଲେ ଟ୍ରାଫିକ କର୍ମଚାରୀ । ଅଧିକ ପଢନ୍ତୁ...

ଟ୍ରାଫିକ କର୍ମଚାରୀ
ଟ୍ରାଫିକ କର୍ମଚାରୀ

କଟକ: ଦେବଦୂତ ସାଜିଲେ ଟ୍ରାଫିକ କର୍ମଚାରୀ । ଠିକ୍‌ ସମୟରେ ବସକୁ ଅଟକାଇ ବଞ୍ଚାଇଲେ ବାଟୋଇଙ୍କ ଜୀବନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଟକ ବାଦାମବାଡି ଛକରେ ।

ଟ୍ରାଫିକ କର୍ମଚାରୀ

ଟ୍ରାଫିକ ପଏଣ୍ଟରେ ଏକ ବସ ୟୁ-ଟର୍ଣ୍ଣ ନେଉଥିବା ବେଳେ ହଠାତ୍‌ ଏକ ବାଟୋଇ ବସ ତଳକୁ ଆସି ଯାଇଥିଲେ । ଆଉ ସେହିକ୍ଷଣି କର୍ତ୍ତବ୍ୟରତ ଟ୍ରାଫିକ କର୍ମଚାରୀ ବସକୁ ଅଟକାଇବାରେ ସଫଳ ହୋଇଥିଲେ । ଫଳରେ ଅଳ୍ପକେ ବଞ୍ଚି ଯାଇଥିଲେ ବାଟୋଇ ।

ତେବେ ସେ ପଡିଯାଇଥିବାରୁ ଆହତ ଅବସ୍ଥାରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଏହି ନୂଆ ଜୀବନ ଦେଇଥିବା ଟ୍ରାଫିକ କନେଷ୍ଟବଳ ହେଉଛନ୍ତି ସୁସ୍ମିତା ନାୟକ । ତାଙ୍କର ଉପସ୍ଥିତ ବୁଦ୍ଧି ଓ ଟ୍ରାଫିକ ହାବିଲଦାର ଲଳିତ ମୋହନରାଉତଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଉକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.