ETV Bharat / city

ମମିତା ମର୍ଡର ମିଷ୍ଟ୍ରି, ସମ୍ପୃକ୍ତି ଖବର ଖଣ୍ଡନ କଲେ ସଂସ୍କୃତି ମନ୍ତ୍ରୀ - ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣା । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ମମିତା ମେହେର ମୃତ୍ୟୁ ଘଟଣାରେ ସମ୍ପୃକ୍ତିକୁ ଖଣ୍ଡନ କଲେ ସଂସ୍କୃତି ମନ୍ତ୍ରୀ

author img

By

Published : Oct 21, 2021, 1:00 PM IST

କଟକ: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ସମ୍ପୃକ୍ତି ଅଭିଯୋଗ ପ୍ରସଙ୍ଗ ଉପରେ ମତ ରଖିଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । ତେବେ ବିଭିନ୍ନ ସ୍ଥାନରୁ ନିମନ୍ତ୍ରଣ ଆସିଲେ ତାଙ୍କୁ ଯିବାକୁ ପଡେ । ସେ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲକୁ ଅତିଥି ଭାବେ ଯାଇଥିଲେ । ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କଟକରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନିଜ ମତ ଦେଇଥିଲେ ମନ୍ତ୍ରୀ । ବିଭିନ୍ନ ଆଡେ ନିମନ୍ତ୍ରଣ ହେଲେ ମନ୍ତ୍ରୀ ଯାଆନ୍ତି ଏବଂ ସେହିଭଳି ଏକ ନିମନ୍ତ୍ରଣ ପାଇ ସେ ଏକ ପ୍ରୋଗ୍ରାମରେ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲକୁ ଯାଇଥିଲେ । ଏହା ବ୍ୟତୀତ ଯାହା ସବୁ ଆଲୋଚନା ହେଉଛି ତାହା ସବୁ ମନଗଢା କାହାଣୀ ବୋଲି କହିଛନ୍ତି ମନ୍ତ୍ରୀ । ଗୋବିନ୍ଦ ସାହୁର କଲେଜର ଏକ କାର୍ଯ୍ୟକ୍ରମରେ ଯାଇଥିବା ଅବସରରେ ମନ୍ତ୍ରୀ ଜୋତି ପାଣିଗ୍ରାହୀଙ୍କ ଫଟୋ ଭାଇରାଲ ହେଉଥିଲା ।

ତେବେ ସୂଚନା ଥାଉ କି କଳାହାଣ୍ଡି ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୀତି ସରଗରମ ହୋଇଛି । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଭିନ୍ନ ରାଜନୈତିକ ଦଳ ତାଙ୍କର ଇସ୍ତଫା ଦାବି କରିଛନ୍ତି । ଏହି ସ୍କୁଲକୁ ଅନେକ ବଡ ବଡ ନେତା ଯାଉଥିଲେ । ଏହାରି କ୍ରମରେ ସଂସ୍କୃତି ମନ୍ତ୍ରୀ ଘଟଣାରେ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ହେଉଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.