ETV Bharat / city

ଆଜିଠୁ SCBରେ ଆରମ୍ଭ ହେବ ECMO ସେବା

ଆଜି(ଶୁକ୍ରବାର) SCB ବଡ଼ ମେଡ଼ିକାଲରେ ଏକମୋ ମେସିନର ହେବ ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ । ଅଧିକ ପଢନ୍ତୁ...

author img

By

Published : Aug 26, 2021, 2:45 PM IST

Updated : Aug 27, 2021, 9:24 AM IST

ଆସନ୍ତାକାଲିଠୁ SCB ରେ ଆରମ୍ଭ ହେବ ଏକମୋ ସେବା
ଆସନ୍ତାକାଲିଠୁ SCB ରେ ଆରମ୍ଭ ହେବ ଏକମୋ ସେବା

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ଏସସିବି ବଡ଼ ମେଡ଼ିକାଲରେ ଏକମୋ ମେସିନର ଶୁଭାରମ୍ଭ ହେବ । ଏକମୋ ଚିକିତ୍ସା ପାଇଁ ଆଉ ଯିବାକୁ ପଡିବନି ବାହାର ରାଜ୍ୟକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।

ଆସନ୍ତାକାଲିଠୁ SCB ରେ ଆରମ୍ଭ ହେବ ଏକମୋ ସେବା

ତେବେ ଏହି ସେବା ଆରମ୍ଭ ହେବା ପରେ ବାହାର ରାଜ୍ୟ ଉପରେ ଆଉ ନିର୍ଭର କରିବାକୁ ପଡିବନି ରାଜ୍ୟବାସୀଙ୍କୁ । ସମ୍ପୂର୍ଣ ମାଗଣାରେ ରାଜ୍ୟ ସରକାର ଯୋଗାଇଦେବେ ଏକମୋ ଚିକତ୍ସା । ତେବେ ଏହି ମେସିନ ପରିଚାଳନା ପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ ଗଠନ ହୋଇଛି । ସମୁଦାୟ 9ଟି ମେସିନ ରହିଛି । ତେବେ ଗତମାସ ୨୭ରେ ରାଜ୍ୟକୁ ଏକମୋ ମେସିନ ଆସିଥିଲା । ଡାକ୍ତରୀ ଟିମର ପ୍ରଶିକ୍ଷଣ ପରେ ଆଜି ଠାରୁ ରାଜ୍ୟର ବଡ ହସ୍ପିଟାଲରେ ଏସସିବିରେ ଏକମୋ ସେବା ମିଳିବ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏସସିବି ଗସ୍ତ ନେଇ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Aug 27, 2021, 9:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.