ETV Bharat / city

ଆକାଶ ଛୁଆଁ ବିଲାତି ଦର, ନିଦା ବିଷ୍ଣୁ ଯୋଗାଣ ବିଭାଗ !

ଖାଉଟିଙ୍କୁ କଲବଲ କଲାଣି ବିଲାତି ଦର । କଟକ ବଜାରରେ କିଲୋପ୍ରତି ୭୦ ରୁ ୮୦ ଟଙ୍କାରେ ବିକ୍ରୟ ହେଉଛି । ଅଧିକ ପଢନ୍ତୁ

ଆକାଶ ଛୁଆଁ ବିଲାତି ଦର, ନିଦା ବିଷ୍ଣୁ ଯୋଗାଣ ବିଭାଗ !
ଆକାଶ ଛୁଆଁ ବିଲାତି ଦର, ନିଦା ବିଷ୍ଣୁ ଯୋଗାଣ ବିଭାଗ !
author img

By

Published : May 7, 2022, 1:49 PM IST

କଟକ: ଆକାଶ ଛୁଆଁ ବିଲାତି ଦର । କିଛି ଦିନ ପୂର୍ବେ ସ୍ୱାଭାବିକ ଦରରେ ବଜାରରରେ ବିକ୍ରୟ ହେଉଥିବା ବେଳେ ଏବେ ଏହା ତିନି ଗୁଣ ବୃଦ୍ଧି ପାଇଛି । ସ୍ଥିତି ଏମିତିକି ବିଲାତି କିଣିବାକୁ ଡରିଲେଣି ଖାଉଟି । ପ୍ରାୟ ଏକ ସପ୍ତାହ ପୂର୍ବେ ବିଲାତି କିଲୋ ପ୍ରତି ୨୦ ରୁ ୩୦ ଟଙ୍କା ଦରରେ ବଜାରରେ ବିକ୍ରୟ ହେଉଥିବା ବେଳେ ପ୍ରାୟ ୩ ଗୁଣ ବୃଦ୍ଧି ପାଇ ଏବେ କିଲୋପ୍ରତି ୭୦ ରୁ ୮୦ ଟଙ୍କାରେ ବିକ୍ରୟ ହେଉଛି ।

ଆକାଶ ଛୁଆଁ ବିଲାତି ଦର, ନିଦା ବିଷ୍ଣୁ ଯୋଗାଣ ବିଭାଗ !

ବିଲାତିର ଏପରି ଦର ବୃଦ୍ଧି ଖାଉଟିଙ୍କୁ ବେଶ ପ୍ରଭାବିତ କରିଛି । ଏକ କିଲୋ କିଣିବା ପରିବର୍ତ୍ତେ ୨୦୦ ଗ୍ରାମ କିମ୍ବା ୨୫୦ ଗ୍ରାମ ନେଇ ଚଳାଇବାକୁ ପଡୁଛି । ତେବେ ବିଲାତି ଦର ହଠାତ ବୃଦ୍ଧି ହେବାରୁ ଖାଉଟିଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । ବାତ୍ୟା ଆଳ ଦେଖାଇ ବ୍ୟବସାୟୀ ମାନେ ଆସାଧୁ ଭାବରେ ଦର ବୃଦ୍ଧି କରୁଥିବା ଅଭିଯୋଗ କରିଛନ୍ତି ଖାଉଟି।

ଏପରି ସ୍ଥିତିରେ ଯୋଗାଣ ବିଭାଗର ଦାୟିତ୍ୱକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯୋଗାଣ ବିଭାଗ ଯଦି ସଠିକ ଭାବରେ ଯାଞ୍ଚ କରନ୍ତା,ତେବେ ଏହାର ଦର ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଖାଉଟି ମାନେ ମତ ରଖିଛନ୍ତି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି ଗୋଦାମରେ ବିଲାତିର ଅଭାବ ରହିଛି ଗୋଦାମରୁ ଯେତିକି ଦରରେ କିଣା ଯାଉଛି କିଲୋପ୍ରତି ମାତ୍ର ୫ ରୁ ୧୦ ଟଙ୍କା ଦରରେ ବିକ୍ରୟ କରାଯାଉଛି ।

କଟକରୁ ନରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.