କଟକ: ପୁଣି ବିଲାତିର ନାଲିଆଖିରେ ଗ୍ରାହକ ଛାନିଆ । କିଛିଦିନ ଦର ହ୍ରାସ ପରେ ପୁଣି ଦରବୃଦ୍ଧିକୁ ନେଇ ଏବେ ଗ୍ରାହକ ଓ ବ୍ୟବସାୟୀଙ୍କ ଚିନ୍ତା ବଢିଛି । ଖୁଚୁରା ଦୋକାନରେ ବିଲାତି ଏବେ 100 ରୁ 110 ଟଙ୍କାରେ ବିକ୍ରି ହେଉଛି । ଗତ ସପ୍ତାହକ ତଳେ ବିଲାତି 60 ରୁ 70 ଟଙ୍କା ଥିଲା । ଦରବୃଦ୍ଧି ହେବା ଫଳରେ ବ୍ୟବସାୟ ବି କମ ହେଉଛି ବୋଲି କହିଛନ୍ତି ଖୁଚୁରା ବ୍ୟବସାୟୀ ।
କଟକ ଛତ୍ର ବଜାର ବ୍ୟବସାୟୀ ସଙ୍ଘ ସମ୍ପାଦକ କହିଛନ୍ତି ପରିବର୍ତ୍ତିତ ପାଣିପାଗ ଯୋଗୁଁ ନାସିକ ଓ ବାଙ୍ଗାଲୋରରୁ ଟମାଟୋ ଆମଦାନୀ ହୋଇପାରୁ ନାହିଁ । ସେପଟେ ସ୍ଥାନୀୟ ଫସଲ ଆଦୌ ନାହଁ । ଗ୍ରାହକମାନେ ବି ଦର ଦେଖି ପଳାଉଛନ୍ତି । ବାଧ୍ୟ ହୋଇ କିଲେ ଜାଗାରେ ଅଧାକିଲୋ ନେଉଛନ୍ତି । ତେବେ ବାଙ୍ଗାଲୋର ଓ ନାସିକରୁ ଆମଦାନୀ ଆସିବା ପରେ ଦର କମିବା ସହ ନିୟନ୍ତ୍ରଣରେ ରହିବ ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଙ୍ଘ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ