ETV Bharat / city

କଟକ ସିଏମସିରୁ ୩୪ କୋରୋନା ପଜେଟିଭ ଚିହ୍ନଟ, 8 ଲୋକାଲ କେସ - corona positive in cuttack cmc area

ଆଜି କଟକ ମହାନଗର ନିଗମରୁ ୩୪ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ଶିକ୍ଷାନୁଷ୍ଠାନ କ୍ବାରେନଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି।

corona positive  in cuttack cmc area
କଟକ ସିଏମସିରୁ ୩୪ କୋରୋନା ପଜେଟିଭ ଚିହ୍ନଟ
author img

By

Published : Jul 23, 2020, 4:54 PM IST

କଟକ: ରାଜଧାନୀର କୋରୋନା ସଂକ୍ରମଣ ବାଟରେ ମୁହାଁଉଛି ସିଲଭରସିଟି । ଭୁବନେଶ୍ବର ଭଳି କଟକରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି(ଗୁରୁବାର) କଟକ ମହାନଗର ନିଗମରୁ ୩୪ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୧ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ଶିକ୍ଷାନୁଷ୍ଠାନ କ୍ବାରେନଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ୮ ପଜେଟିଭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

ତେବେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀଘାଟ ଅଞ୍ଚଳର ଜଣେ ୩୩ ବର୍ଷର ଯୁବକ ହୋଇଥିବାବେଳେ କଟକ ବଡ଼ ମେଡିକାଲରୁ ଜଣେ ୨୩ ବର୍ଷର ଯୁବକ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହି ୨ଟି କେସ ପୁରୁଣା ରାଉସପାଟଣାର ଜଣେ ୩୨ ବର୍ଷର ଯୁବକ ଓ ଜଣେ ୨୫ ବର୍ଷର ଯୁବତୀ ଅନ୍ୟ ୩ଟି କେସ ଡଗରପଡାର ଜଣେ ୩୫ ବର୍ଷର ମହିଳା, ଜଣେ ୭୩ ବର୍ଷର ମହିଳା ଓ ୩୬ ବର୍ଷର ମହିଳା ରହିଛନ୍ତି ।

ସେହିପରି ମାଲଗୋଦାମ ଅଞ୍ଚଳରୁ ଜଣେ ୩୩ ବର୍ଷର ଯୁବକ କୋରୋନା ପଜେଟିଭ ଚିହ୍ନଟ କରାଯାଇଛି। ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୪୮୬ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୩୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୪୨ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.