ETV Bharat / city

ବିରଜା ରଥଯାତ୍ରା ମାମଲା: ଆଜି ହାଇକୋର୍ଟରେ ଶୁଣାଣି - odisha high court news

ବିରଜା ରଥଯାତ୍ରା ମାମଲା । ଆଜି ହାଇକୋର୍ଟରେ ହେବ ଶୁଣାଣି । ହୋଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଅଧିକ ପଢନ୍ତୁ...

ବିରଜା ରଥଯାତ୍ରା ମାମଲା: ଆଜି ହାଇକୋର୍ଟରେ ଶୁଣାଣି

author img

By

Published : Oct 8, 2020, 7:55 AM IST

କଟକ: ଆଜି ହାଇକୋର୍ଟରେ ବିରଜା ରଥଯାତ୍ରା ମାମଲାର ଶୁଣାଣି ହେବ। ପୂର୍ବରୁ ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ ଅଦାଲତ। ଆଜି ସୁଦ୍ଧା ଏ ନେଇ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ କୁହାଯାଇଥିଲା।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତ ବର୍ଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁକ୍ତି ମଣ୍ଡପ ସେବାୟତ ପରିଷଦ । ପ୍ରତିବର୍ଷ ଦୂର୍ଗା ପୂଜା ଅବସରରେ ମା’ ବିରଜାଙ୍କର ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

କିନ୍ତୁ ଚଳିତ ବର୍ଷ କୋରୋନା ଜନିତ କଟକଣା ରହିଥିବାରୁ କୌଣସି ମନ୍ଦିରରେ କୌଣସି ଧର୍ମୀୟ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ନିୟମ ରହିଛି। ଚଳିତ ବର୍ଷ ମଳ ମାସ ପଡୁଥିବାରୁ ମାଙ୍କ ଦୂର୍ଗାପୂଜା 46 ଦିନ ଧରି ଚାଲିବ ଏବଂ ମାଙ୍କ ରଥଯାତ୍ରା ଆସନ୍ତା ଅକ୍ଟୋବର 17 ତାରିଖରୁ 24 ତାରିଖ ମଧ୍ୟରେ 9 ଦିନ ଧରି ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି । ସେଥିପାଇଁ ମାଙ୍କ ରଥଯାତ୍ରା ପରମ୍ପରାକୁ ରକ୍ଷା କରିବା ପାଇଁ ମୁକ୍ତି ମଣ୍ଡପ ସେବାୟତ ପରିଷଦ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ନିବେଦନ କରାଯାଇଛି ।

ଏହି ରଥଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ସହିତ ହାଇକୋର୍ଟ ଅନ୍ୟ ଯେଉଁ ସବୁ ସର୍ତ୍ତ ରଖିବେ ତାକୁ ମାନି ରଥାଯାତ୍ରା କରାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ ଅଦାଲତଙ୍କୁ ଦର୍ଶାଯାଇଛି । ବିରଜା ରଥଯାତ୍ରା ନେଇ ହାଇକୋର୍ଟରେ ଏପର୍ଯ୍ୟନ୍ତ 4ଟି ଜନ ସ୍ଵାର୍ଥ ମାମଲା ରୁଜୁ ହୋଇଛି । ମୁକ୍ତି ମଣ୍ଡପ ସେବାୟତ ପରିଷଦ, ଜିଲ୍ଲା ଓକିଲ ସଂଘ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ବିରଜା ବାହିନୀ ପକ୍ଷରୁ ପୃଥକ ପୃଥକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଆଜି ବିରଜା ରଥଯାତ୍ରା ସଂକ୍ରାନ୍ତରେ ଦୁଇଟି ମାମଲାର ଶୁଣାଣି ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.