ETV Bharat / city

ନରସିଂହପୁର ଜଙ୍ଗଲରେ ହେଟାବାଘ ଆତଙ୍କ !

ନରସିଂହପୁର ପଶ୍ଚିମାଞ୍ଚଳ ବନବିଭାଗ ବାରସିଙ୍ଗା ଜଙ୍ଗଲ ଅଧିନ ଉଲ୍ଲାସକୋଟ ପନିକି ଜଙ୍ଗଲ (ପାହାଡ଼)ରେ ଅଜଣା ଜନ୍ତୁ ଆକ୍ରମଣରେ 6ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି ଜଙ୍ଗଲରେ 29 ଛେଳି ନିଖୋଜ ଅଛନ୍ତି ।

ନରସିଂହପୁର ଜଙ୍ଗଲରେ ହେଟାବାଘ ଆତଙ୍କ !
author img

By

Published : Nov 20, 2019, 4:23 AM IST

କଟକ: ନରସିଂହପୁର ଜଙ୍ଗଲରେ ହେଟା ଆତଙ୍କ । ଯାହାକୁ ନେଇ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ । ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ବାରସିଙ୍ଗା ଜଙ୍ଗଲ ଅଧିନ ଉଲ୍ଲାସକୋଟ ପନିକି ଜଙ୍ଗଲ (ପାହାଡ଼)ରେ ଅଜଣା ଜନ୍ତୁ ଆକ୍ରମଣରେ 6ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି ଜଙ୍ଗଲରେ 29 ଛେଳି ନିଖୋଜ ଅଛନ୍ତି ।

ସୂଚନା ଅନୁସାରେ, ନରସିଂହପୁର ବ୍ଲକ ଅନ୍ତର୍ଗତ ଉଲ୍ଲାସକୋଟ ଗ୍ରାମର ଲିଙ୍ଗରାଜ ଅମାନ୍ତ ତାଙ୍କ ପତ୍ନୀ କୁନି ଅମାନ୍ତ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତିଦିନ ଭଳି ରବିବାର ଦିନ ସକାଳୁ ଗ୍ରାମକୁ ଲାଗିଥିବା ପନିକି (ପାହାଡ଼) ଜଙ୍ଗଲକୁ କୁନି ନିଜର 41ଟି ଛେଳି ଚରେଇବା ପାଇଁ ନେଇଥିଲେ । ମଧ୍ୟାହ୍ନରେ ଘରକୁ ଖାଇବା ପାଇଁ ପୁଣି ଫେରିଥିଲେ ମାତ୍ର ଫେରିବା ପରେ ଆଉ କୌଣସି ଛେଳିକୁ ଖୋଜି ପାଇନଥିଲେ । ସ୍ବାମୀ, ସ୍ତ୍ରୀ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଛେଳିର କୌଣସି ସନ୍ଧାନ ମିଳିନଥିଲା । ଶେଷରେ ନିରାଶ ହୋଇ ଯାଇ ସମସ୍ତ କଥା ଗାଁ ରେ କହିଥିଲେ ।

ପରେ ଭୋର ସମୟରୁ ଗ୍ରାମର 50ରୁ ଅଧିକ ଯୁବକ ଓ ଗ୍ରାମବାସୀ ଜଙ୍ଗଲରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟାହ୍ନରେ ଗୋଟିଏ ଜାଗାରେ କଟା ମୁଣ୍ଡ ଥିବା ଗୋଟିଏ ଛେଳିକୁ ପାଇଥିଲେ । ସେହି ଅଞ୍ଚଳର ପାଞ୍ଚ ଶହ ପରିଧି ମଧ୍ୟରେ ଆଉ 6ଟି ମୃତ ଛେଳି ପାଇଥିଲେ । ସେଥି ମଧ୍ୟରୁ କାହାର ପେଟ ଅନ୍ତବୁଜୁଲା ବାହାରି ଯାଇଛି ତ ଆଉ କାହାକୁ ବେକକୁ ଗଭୀର ଆକ୍ରମଣ ହୋଇଛି । ଏହାସହ ଗୋଟିଏ ଛୋଟ ଛେଳି ଛୁଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଗ୍ରାମବାସୀ ।

ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଶି ସନ୍ଧ୍ୟା ପର୍ଯ୍ୟନ୍ତ ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ଆଉ କୌଣସି ପତ୍ତା ମିଳିନଥିଲା । ସେପଟେ କେଉଁ ଜନ୍ତୁ ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । କେହି କେହି ରାମଶିଆଳ ଆକ୍ରମଣ କରିଥିବା କହୁଥିବା ବେଳେ ଆଉ କେହି ହେଟା ବାଘ କିମ୍ବା କେନ୍ଦୁଆ ଆକ୍ରମଣ କରିଥିବା ଅନୁମାନ କରୁଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଛି ।

ଏହି ଭୟରେ ଗ୍ରାମବାସୀ ନିଜର ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ଚରାଇବା ପାଇଁ ନେଉନାହାନ୍ତି । ହାତୀ ବାରାହାଙ୍କ ଫସଲ ନଷ୍ଟ ପରେ ପରେ ଏହି ଅଜଣା ଜନ୍ତୁର ଏଭଳି କାର୍ଯ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ।

ନରସିଂହପୁର ଜଙ୍ଗଲରେ ହେଟାବାଘ ଆତଙ୍କ !

ଛେଳି ଚରାଇ ଜୀବିକା ନିର୍ବାହ କରୁଥିବା ଲିଙ୍ଗରାଜ ଓ କୁନି ଏହି ଘଟଣାରେ ମର୍ମାହତ ହୋଇ ପଡିବା ସହ ବାରମ୍ବାର ଚେତଶୂନ୍ୟ ହୋଇପଡୁଛନ୍ତି । ଗ୍ରାମବାସୀ ତାଙ୍କୁ ସାନ୍ତ୍ବନା ଦେବା ସହ ବନ ବିଭାଗ ତୁରନ୍ତ ଏହାର କ୍ଷତିପୂରଣ ଦେବା ସହ ଘଟଣାର ସ୍ଥାୟୀ ପ୍ରତିକାର ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ଏନେଇ ବନ କର୍ମଚାରୀ ଘଟଣାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଯଥା ସମ୍ଭବ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି ।

ଏନ୍ୟପଟେ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ମୃତ ଛେଳିର ବ୍ୟବଚ୍ଛେଦ କରୁଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ବାରସିଙ୍ଗା ଜଙ୍ଗଲ ଅଧିନ ଉଲ୍ଲାସକୋଟ ପନିକି ଜଙ୍ଗଲ (ପାହାଡ଼)ରେ ଅଜଣା ଜନ୍ତୁ ଆକ୍ରମଣ ରେ 6 ଟି ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେବି ଜଙ୍ଗଲ ରେ 29 ଛେଳି ନିଖୋଜ ଅଛନ୍ତି। 90 ଦଶକରେ ନରସିଂହପୁର ରେ ରାମଶିଆଳ ଭୟର ପୁନରାବୃତ୍ତି ଘଟିଥିବା ଚର୍ଚ୍ଚା ହେଉଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି।ସୂଚନା ରୁ ପ୍ରକାଶ ଯେ ନରସିଂହପୁର ବ୍ଲକ ଅନ୍ତର୍ଗତ ଉଲ୍ଲାସକୋଟ ଗ୍ରାମର ଲିଙ୍ଗରାଜ ଅମାନ୍ତ ତାଙ୍କ ପତ୍ନୀ କୁନି ଅମାନ୍ତ ଛେଳି ଚାଷ କରି ପରିବାର ପ୍ରତିପୋଷଣ କରନ୍ତି, ପ୍ରତିଦିନ ଭଳି ରବିବାର ଦିନ ସକାଳୁ ଗ୍ରାମକୁ ଲାଗିଥିବା ପନିକି (ପାହାଡ଼) ଜଙ୍ଗଲ କୁ କୁନି 41 ଟି ଛେଳି ଚରେଇବା ପାଇଁ ନେଇଥିଲେ। ମଧ୍ୟାହ୍ନ ରେ ଘରକୁ ଖାଇବା ପାଇଁ ପୁଣି ଫେରିଥିଲେ ମାତ୍ର ଫେରିବା ପରେ ଆଉ କୌଣସି ଛେଳିକୁ ଖୋଜି ପାଇନଥିଲେ।ସ୍ୱାମୀ ସ୍ତ୍ରୀ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଛେଳିର କୌଣସି ସନ୍ଧାନ ପାଇନଥିଲେ ଶେଷରେ ନିରାଶ ହୋଇ ଯାଇ ଗାଁ ରେ କହିଥିଲେ। ଭୋର ସମୟ ରୁ ଗ୍ରାମର 50 ରୁ ଅଧିକ ଯୁବକ ଓ ଗ୍ରାମବାସୀ ଜଙ୍ଗଲ ରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟାନ୍ନରେ ଗୋଟିଏ ଜାଗାରେ କଟା ମୁଣ୍ଡ ଗୋଟିଏ ଛେଳି କୁ ପାଇଥିଲେ ।ସେହି ଅଞ୍ଚଳର ପାଞ୍ଚ ଶହ ପରିଧି ମଧ୍ୟରେ ଆଉ 6ଟି ମୃତ ଛେଳି ପାଇଥିଲେ। ସେଥି ମଧ୍ୟରୁ କାହାର ପେଟ ଅନ୍ତବୁଜୁଲା ବାହାରି ଯାଇଛି ତ ଆଉ କାହାକୁ ବେକ କୁ ଗଭୀର ଆକ୍ରମଣ ହୋଇଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।ଗୋଟିଏ ଛୋଟ ଛେଳି ଛୁଆ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ।ଖବର ପାଇ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ମିଶି ସଂଧ୍ୟା ପର୍ଯ୍ୟନ୍ତ ଜଙ୍ଗଲ ରେ ଖୋଜାଖୋଜି କରିଥିଲେ ମଧ୍ୟ ଆଉ କୌଣସି ପତ୍ତା ମିଳିନଥିଲା। ମାତ୍ର କେଉଁ ଜନ୍ତୁ ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।କେହି କେହି ରାମଶିଆଳ ଆକ୍ରମଣ କରିଥିବା କହୁଥିବା ବେଳେ ଆଉ କେହି ହେଟା ବାଘ କିମ୍ବା କେନ୍ଦୁଆ ଆକ୍ରମଣ କରିଥିବା ଅନୁମାନ କରୁଛନ୍ତି।ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି ହୋଇଯାଇଛି।କେହି ଆଉ ଗୃହପାଳିତ ପଶୁ ଙ୍କୁ ଜଙ୍ଗଲ କୁ ଚରେଇବା ପାଇଁ ନେଉନାହାନ୍ତି। ହାତୀ ବାରାହା ଙ୍କ ଫସଲ ନଷ୍ଟ ପରେ ପରେ ଏହି ଅଜଣା ଜନ୍ତୁ ର ଏଭଳିକାର୍ଯ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି।ଛେଳି ଚରାଇ ଜୀବିକା ନିର୍ବାହ କରୁଥିବା ଲିଙ୍ଗରାଜ ଓ କୁନି ଏଭଳି ଘଟଣା ରେ ମର୍ମାହତ ହୋଇ ପଡିବା ସହ ବାରମ୍ବାର ଚେତଶୂନ୍ୟ ହୋଇପଡୁଛନ୍ତି। ଗ୍ରାମବାସୀ ମାନେ ତାଙ୍କୁ ସାନ୍ତ୍ୱନା ଦେବା ସହ ବନ ବିଭାଗ ତୁରନ୍ତ କ୍ଷତିପୂରଣ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଦାବୀ କରିଛନ୍ତି। ଅଭିଯୋଗ ପାଇ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି।ଏହି ଘଟଣା କୁ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଦିଆଯାଇଛି ।ଯଥା ସମ୍ଭବ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ ମାତ୍ର କେଉଁ ଜନ୍ତୁ ଆକ୍ରମଣ କରିଛି କିଛି ସ୍ପଷ୍ଟ ହୋଇନାହିଁ। ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ମୃତ ଛେଳିର ବ୍ୟବଚ୍ଛେଦ କରୁଛନ୍ତି, ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଜଣାପଡିବ ବୋଲିସେ କହିଛନ୍ତି।
ହାତୀ, ବାରାହା ଓ ଅଜଣା ଜନ୍ତୁ ଙ୍କ ଆକ୍ରମଣ ଓ ଫସଲ ନଷ୍ଟ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି କ୍ଷତି ପୂରଣ ଦିଆଯାଉନଥିବା ଅଭିଯୋଗ ହୋଇଛି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.