କଟକ: ସିମ୍ କାର୍ଡ ଜାଲିଆତି ମାମଲା(Fake SIM card deal) । ରିମାଣ୍ଡରେ ଆସିଲେ ତିନି ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଆଜି(ବୁଧବାର) ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି । ସିମ୍ କାର୍ଡ ଜାଲିଆତି ସମ୍ପର୍କରେ ସେମାନଙ୍କୁ ଜେରା କରାଯିବ । ଏହି ଅଭିଯୁକ୍ତମାନେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଥିଲେ । ତାଙ୍କ ନାଁରେ ହ୍ବାଟ୍ସଆପ ଆକାଉଣ୍ଟ ତିଆରି କରିଥିଲେ । ସେମାନେ ଓଡ଼ିଶା ସର୍କଲର ଏକ ବିଏସଏନଏଲ ସିମକୁ ବାଚସ୍ପତିଙ୍କ ହ୍ବାଟ୍ସଆପ ନମ୍ବର ଭାବେ ଦର୍ଶାଇଥିଲେ । ଏନେଇ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ।
ଏହାମଧ୍ୟ ପଢନ୍ତୁ:ସିମ ଜାଲିଆତିରେ ଆସିଲା ସାଙ୍ଗାତିକ ତଥ୍ୟ, ବାଚସ୍ପତିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲିଥିଲା ଠକ
ଗତ ରବିବାର ସିମ୍ ଜାଲିଆତି କାରବାର ନେଇ ଏକ ରାକେଟ୍କୁ ଠାବ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଜାତିଆତି ମାମଲାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଠକମାନେ ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଜାଲ ଆକାଉଣ୍ଟ ତିଆରି କରିଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ