ETV Bharat / city

କମିଶନରେଟ ପୋଲିସକୁ ସଫଳତା; କାବୁରେ ବାଇକ ଲୁଟେରା ଗ୍ୟାଙ୍ଗ

ଏକ ବଡ ଧରଣର ବାଇକ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଅଧିକ ପଢନ୍ତୁ...

କାବୁ ହେଲେ ଲୁଟେରା ଗ୍ୟାଙ୍ଗ
କାବୁ ହେଲେ ଲୁଟେରା ଗ୍ୟାଙ୍ଗ
author img

By

Published : Apr 29, 2021, 2:46 PM IST

କଟକ: କମିଶନରେଟ ପୋଲିସକୁ ସଫଳତା । ଏକ ବଡ ଧରଣର ବାଇକ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି କଟକ ଚାଉଳିଆଗଞ୍ଜ ଥାନା ପୋଲିସ । ଘଟଣାରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ ।

କମିଶନରେଟ ପୋଲିସକୁ ସଫଳତା

ସୂଚନାଅନୁସାରେ, ସହରର ବିଭିନ୍ନ ସ୍ଥାନରେ ଉତ୍ପାତ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ । ବିଶେଷ କରି ବଡ ମେଡିକାଲ, ହାଇକୋର୍ଟ, ଶିଶୁ ଭବନ ଆଦି ଅଞ୍ଚଳରେ ବାଇକ ଲୁଟୁଥିଲେ ଏହି ଦଳ । ଗ୍ଲାମର ବାଇକକୁ ଟାର୍ଗେଟ କରିଥାନ୍ତି । କାରଣ ଗ୍ଲାମର ବାଇକର ଚାବି ସହଜରେ ଖୋଲି ଯାଇଥାଏ । ଚୌଦ୍ବାରର ଗୁରୁଝାଟିଆ ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ଗୋଟିଏ ବାଇକ ପିଛା 7ରୁ 8ହଜାର ଟଙ୍କାରେ ବିକ୍ରି କରିଥାନ୍ତି ।

ଦୀର୍ଘ ଦିନ ଧରି ଗ୍ୟାଙ୍ଗକୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା ପୋଲିସ । ଡେରିରେ ହେଉ ପଛେ ପୋଲିସକୁ ସଫଳତା ମିଳିଛି । ସଟଡାଉନ ସମୟରେ ଏକ ବାଇକକୁ ଅଟକାଇବା ବେଳେ ଏହି ଲୁଟେରା ଗ୍ୟାଙ୍ଗ ନିକଟରେ ପହଞ୍ଚିଥିଲା ପୋଲିସ । ଘଟଣାରେ ତିନିଜଣଙ୍କୁ ଗିରଫ କରିବା ସହିତ ଗ୍ୟାରେଜ ମାଲିକକୁ ମଧ୍ୟ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.