ETV Bharat / city

ଚାଲୁନି ରିକ୍ସା, କାନ୍ଦୁଛି ଚାଳକ - ରିକ୍ସା

ଆଉ ଶୁଭୁନି ରିକ୍ସା ବେଲର ସ୍ବର । ଚାଳକ ବି ନିରବି ଯାଇଛନ୍ତି । ହେଲେ 2 ମାସ ଧରି ଚାଲିଥିବା ଲକ ଡାଉନ ରେ ଅର୍ଥ ଉପାର୍ଜନ ଏକ ପ୍ରକାର ସ୍ବପ୍ନ ହୋଇ ପଡିଛି । ଅଧିକ ପଢନ୍ତୁ...

the-rickshaw-the-driver-and-the-family-are-silent

author img

By

Published : May 27, 2020, 8:53 PM IST

କଟକ: ଲକଡାଉନ ରେ ଅଟକି ଯାଇଛି ରିକ୍ସା । କେବେ ରାଜ ରାସ୍ତାକୁ ଆସିବ ତାହା ମଧ୍ୟ ଜଣା ନାହଁ । ବର୍ତମାନ କୋରୋନାକୁ ନେଇ ସିଲଭରସିଟିରେ ଜାରି ରହିଛି ଲକଡାଉନ । ତେବେ ଏହାରି ଭିତରର ନିଜର ଆଶା ଛାଡି ଦେଇଛନ୍ତି ରିକ୍ସା ଚାଳକ । ଗ୍ରାହକ ସ୍ଥାନରେ ଚାଳକ ବସି ଚାହିଁ ରହିଛି ଗ୍ରାହକ ର ଆସିବା ବାଟକୁ । ହେଲେ ଲକଡାଉନ ରେ ଚାଳକ ମାନଙ୍କର ନିଜର ଅର୍ଥ ଉପାର୍ଜନ ମାର୍ଗ ବନ୍ଦ ହୋଇଛି ବୋଲି ସ୍ୱତଃ ବାରି ହୋଇପଡୁଛି ।

ଚାଲୁନି ରିକ୍ସା, କାନ୍ଦୁଛି ଚାଳକ
କଟକ ରେ ଜାରି ରହିଛି ଲକ ଡାଉନ । ପୋଲିସ ଚେକିଂ ମଧ୍ୟ କଡାକଡି ହିସାବରେ ଯାରି ରହିଛି । ତେବେ ଏହି ଲକଡ଼ାଉନରେ ସବୁ ଦିଗ ଅପେକ୍ଷା ରିକ୍ସା ବ୍ୟବସାୟ ବେଶ ପ୍ରଭାବିତ ହୋଇଛି । ଘର ଆଗରେ ରହିଛି ରିକ୍ସା । ଆଉ ଶୁଭୁନି ରିକ୍ସା ବେଲ ର ସ୍ୱର । ଚାଳକ ବି ନିରବି ଯାଇଛନ୍ତି । କରୋନା ଆସିବା ପରେ ଲକ ଡାଉନ ଆସିଥିଲା । ଆଉ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି ଏହି ପ୍ରକ୍ରିୟା । ହେଲେ 2 ମାସ ଧରି ଚାଲିଥିବା ଲକ ଡାଉନ ରେ ଅର୍ଥ ଉପାର୍ଜନ ଏକ ପ୍ରକାର ସ୍ୱପ୍ନ ହୋଇ ପଡିଛି । ଅନ୍ୟପଟେ ପରିବାର କଥା ଯଦି କହିବା ସମସ୍ତଙ୍କ ର ସୁଖି ଯାଇଛି ମୁହଁ । ରିକ୍ସା ଚାଲିଲେ ଘରେ ଜଳେ ଚୁଲି ଓ ପରିବାର ମଧ୍ୟ ଗୁଜୁରାଣ ହୁଏ । ହେଲେ ରିକ୍ସା ଚକ ନ ଗଡ଼ିବାରୁ ଘରେ ମଧ୍ୟ ଖାଦ୍ୟ ଅନାଟନ ସହ ଔଷଧ ମଧ୍ୟ ପାଇପାରୁ ନାହାନ୍ତି ପରିବାର ଲୋକେ । ଗୋଟିଏ କଥା କୁହାଯାଇ ପାରେ ଲକ ଡାଉନ ଆସିବା ପରେ ଦୁଃଖ ବଢିଯାଇଥିବା କହିଛନ୍ତି ପରିବାର ସଦସ୍ୟ । ତେବେ ଦେଖିବାକୁ ବାକି ରହିଲା କେବେ ଫିଟିବ ଲକ ଡାଉନ ଓ ସୁଧୁରିବ ରିକ୍ସା ଚାଳକଙ୍କ ସ୍ଥିତି ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.