ETV Bharat / city

ମାଟ୍ରିକ ରେଜଲ୍ଟ ବିଳମ୍ବ ହୋଇନି; ଗଣଶିକ୍ଷା ମନ୍ତ୍ରୀ

author img

By

Published : Jul 29, 2020, 9:51 AM IST

Updated : Jul 29, 2020, 10:44 AM IST

ମାଟ୍ରିକ ରେଜଲ୍ଟ ବିଳମ୍ବ ହୋଇନି; ଗଣଶିକ୍ଷା ମନ୍ତ୍ରୀ
ମାଟ୍ରିକ ରେଜଲ୍ଟ ବିଳମ୍ବ ହୋଇନି; ଗଣଶିକ୍ଷା ମନ୍ତ୍ରୀ

09:50 July 29

କଟକ: ଆଉ କିଛି ସମୟ ପରେ ବାହାରିବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତବର୍ଷ 5 ଲକ୍ଷ 60 ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିସାରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଦିନ 11 ଟା ପରେ ବୋର୍ଡର ଦୁଇଟି ୱେବ ସାଇଟ( bseodisha.ac.in  ଓ bseodisha.nic.in)ରେ ପରୀକ୍ଷା ଫଳ ଉପଲବ୍ଧ ହେବ ।

ଅନ୍ୟପଟେ SMS ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ପ୍ରଥମେ OR01<space> ଲେଖି ରୋଲନମ୍ବର ପରେ 567-6750କୁ SMS କଲେ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ ।  

ସେପଟେ ରେଜଲ୍ଟ ଠିକ ସମୟରେ ବାହାରିଛି। ବିଳମ୍ବ ହୋଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଚଳିତ ବର୍ଷ କୌଣସି ବିଭ୍ରାଟ ନହୋଇଥିବା କଥା ବି କହିଛନ୍ତି ବିଭାଗୀୟ ମନ୍ତ୍ରୀ । କେବଳ କୋରୋନା ମହାମାରୀ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ କିଛି ସମୟ ବିଳମ୍ବ ହୋଇଥିଲେ ମଧ୍ୟ ସଠିକ ରୂପେ ମୂଲ୍ୟାୟନ ଓ ବୋର୍ଡର ସମୟ ସୀମା ମଧ୍ୟରେ ରେଲଜ୍ଟ ବାହାରିଛି ବୋଲି କହିଛନ୍ତି ମନ୍ତ୍ରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jul 29, 2020, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.