ଭୁବନେଶ୍ବର: କଟକ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ।
ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । କାର୍ଯ୍ୟ ତଦାରଖ ଲାଗି ସେ ଜିଲ୍ଲାପାଳ ଓ ସିଏମସି କମିଶନରଙ୍କ ସହ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି ।
କଟକ ସହର ଓ ଉପକଣ୍ଠରେ ଚାଲିଛି ବହୁ ଉନ୍ନତିମୂଳକ କାର୍ଯ୍ୟ । କାଠଯୋଡ଼ି ନଦୀ ଅବବାହିକାରେ ପ୍ରସ୍ତାବିତ ଥିମ୍ ପାର୍କ ଓ ଗାନ୍ଧୀ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଚିହ୍ନଟ ସ୍ଥାନ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ନୂଆପାଟଣାରେ ପ୍ରସ୍ତାବିତ ଆତିଥ୍ୟ କ୍ଷେତ୍ର, ବିରୁପା ନଦୀ ବ୍ୟାରେଜ୍ ନିକଟରେ ନଦୀ ଡ୍ରେଜିଂ ଏବଂ ତାଳଦଣ୍ଡା କେନାଲ ରାସ୍ତାର ପ୍ରଶସ୍ତିକରଣ ପ୍ରସ୍ତାବର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।
![ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ](https://etvbharatimages.akamaized.net/etvbharat/prod-images/od-bbsr-04-cs-tour-to-ctc-7209787_14082021175813_1408f_1628944093_734.jpg)
କ୍ଷେତ୍ର ପରିଦର୍ଶନ ସହ ଭବିଷ୍ୟତରେ କିପରି ଅଞ୍ଚଳର ବିକାଶ ହୋଇପାରିବ ଏନେଇ ସେ ଜିଲ୍ଲା ପ୍ରଶାସନ ତଥା କଟକ ମ୍ୟୁନିସିପାଲ କର୍ପୋରେସନର ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି ।
![ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ](https://etvbharatimages.akamaized.net/etvbharat/prod-images/od-bbsr-04-cs-tour-to-ctc-7209787_14082021175813_1408f_1628944093_599.jpg)
![ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ](https://etvbharatimages.akamaized.net/etvbharat/prod-images/od-bbsr-04-cs-tour-to-ctc-7209787_14082021175813_1408f_1628944093_77.jpg)
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ