ETV Bharat / city

ପୋଲିସର ଜୁଲମ ଅଭିଯୋଗରେ ତାତିଲା ବିଜେପି - ସୀମା ଟପିଲା ପୋଲିସର ଜୁଲମ

ପୋଲିସର ବର୍ବରତାକୁ ନେଇ ରାଜରାସ୍ତାରେ ବିଜେପି ନେତା । ଜୁଲମ ଅଭିଯୋଗରେ ମୁହଁ ଖୋଲିଲା ବିଜେପି । ଅଧିକ ପଢନ୍ତୁ...

ପୋଲିସର ଜୁଲମ ଅଭିଯୋଗରେ ତାତିଲା ବିଜେପି
ପୋଲିସର ଜୁଲମ ଅଭିଯୋଗରେ ତାତିଲା ବିଜେପି
author img

By

Published : Jun 30, 2021, 5:22 PM IST

କଟକ: ସୀମା ଟପିଲା ପୋଲିସର ଜୁଲମ । ଲକ ଡାଉନରେ କଟାଯାଉଛି ମୋଟା ଅଙ୍କର ଫାଇନ । ସେ ପୁଣି ବିନା କୌଣସି କାରଣକୁ ନେଇ । ଏମିତି ଅଭିଯୋଗ ଆସିଛି କଟକ ମାଲଗୋଦାମ ଥାନା ଅଞ୍ଚଳରେ । ସ୍ଥାନୀୟ ମାଛ ମାର୍କେଟରେ ବିନା କାରଣରେ ଫାଇନ କାଟିବା ପାଇଁ ସୃଷ୍ଟି ହେଲା ବଡ଼ ବିବାଦ । ରାସ୍ତା ଉପରେ ହରତାଳ କଲେ ଉଭୟ ବ୍ୟବସାୟୀ ଓ ବିଜେପି କର୍ମୀ । ତେବେ ପୋଲିସର ଜୁଲମ ଅଭିଯୋଗ ଆଧାରରେ ଏକ ମାଲଗୋଦାମ ଥାନାରେ ମାମଲା ଦାୟର ହୋଇଛି ।

ପୋଲିସର ଜୁଲମ ଅଭିଯୋଗରେ ତାତିଲା ବିଜେପି
ତେବେ ଏହାର ସମାଧାନ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର । ରାସ୍ତାରୋକକୁ ହଟାଇବା ପରେ ବ୍ୟବସାୟୀ ଓ ବିଜେପି କର୍ମୀଙ୍କୁ ବୁଝାଇଥିଲେ ସେ । ତେବେ ସମସ୍ତ ବୁଝାସୁଝା ପରେ ହଟିଥିଲା ରାସ୍ତାରୋକ । ଏମିତିକି ମାଲଗୋଦାମ ଥାନାରେ ଦୁର୍ବ୍ୟବହାର ପ୍ରସଙ୍ଗରେ ଏକ ମାମଲା ମଧ୍ୟ ରୁଜୁ କରିଛି ବିଜେପି । ତେବେ ଏହି ଘଟଣାରେ ତଦନ୍ତ ଖୁବ ଶୀଘ୍ର ହେବ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଡିସିପି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.