କଟକ: ରାଜ୍ୟରେ ମନ୍ଦିର ଖୋଲିବା ପ୍ରସଙ୍ଗ । ହାଇକୋର୍ଟରେ ଘୁଞ୍ଚିଲା ଶୁଣାଣି । ଆସନ୍ତା ମାସ ପ୍ରଥମ ସପ୍ତାହରେ ମାମଲାର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।
ଆଜିର ଶୁଣାଣି ସମୟରେ ରାଜ୍ୟ ସରକାର କୋର୍ଟରେ ନିଜର ପକ୍ଷ ରଖିଥିଲେ । ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହାର ଶୁଣାଣି ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ ।
ସେପଟେ ଆବେଦନକାରୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । କେନ୍ଦ୍ର ସରକାର ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟ ସରକାର ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।
ତେବେ ସମସ୍ତ ପକ୍ଷକୁ ଶୁଣି କୋର୍ଟ, ଆସନ୍ତା ମାସ ପ୍ରଥମ ସପ୍ତାହକୁ ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ