ETV Bharat / city

ରାଜ୍ୟରେ ନାହିଁ 5G ସେବା : ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା ବିଜେଡି - ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା

ଗାଁକୁ ନେଟ ନାହିଁ 5ଜି କଥା କହୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏଭଳି କଥା କହି ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ଦେବୀ ମିଶ୍ର । ଅଧିକ ପଢ଼ନ୍ତୁ

ରାଜ୍ୟରେ ନାହିଁ 5G ସେବା : ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା ବିଜେଡି

author img

By

Published : Sep 17, 2022, 8:25 PM IST

Updated : Sep 17, 2022, 8:49 PM IST

କଟକ : ଓଡ଼ିଶାରେ ଲାଗୁହେବ 5ଜି ସେବା । କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଗତକିଛି ଦିନ ତଳେ ରଖିଛନ୍ତି ତାଙ୍କ ପକ୍ଷ । ତେବେ ଏହି ଦିଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ''ଯେଉଁଠି ନେଟ୍ ସଂଯୋଗୀକରଣ ନାହିଁ ସେଠି 5ଜି ସେବା କିପରି ଆରମ୍ଭ ହେବ ।

ରାଜ୍ୟରେ ନାହିଁ 5G ସେବା : ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା ବିଜେଡି

ଏବେବି ବଡ଼ମ୍ବାରେ ଅନେକ ଗାଁ ଅଛି ଯେଉଁଠି ନେଟ ପହଞ୍ଚି ପାରିନି । 2ଜି, 3ଜି, 4ଜି ସେବା ସେମାନଙ୍କ ପାଇଁ ସ୍ୱପ୍ନ । ତେବେ ପ୍ରଥମେ ଇଣ୍ଟରନେଟ ବ୍ୟବସ୍ଥା ହେଉ ତା ପରେ 5 ଜି କଥା ଚିନ୍ତା କରାଯିବ । ଅଶ୍ୱିନୀ ବୈଷ୍ଣବ ଓଡିଶାରୁ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ତେବେ ଓଡ଼ିଶାର ଏହି ଦିଗକୁ ପ୍ରଥମେ ନଜର ଦିଅନ୍ତୁ ତା ପରେ 5ଜି କଥା ଚିନ୍ତା କରିବେ ।''

ସୂଚନାନୁସାରେ ଦେଶରେ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ ହେବ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରି କହିଛନ୍ତି, ଏହା ପରେ ଧିରେ ଧିରେ ଅନ୍ୟ ଛୋଟ ବଡ ସହରକୁ ଏହି ସେବା ବିସ୍ତାର କରାଯିବ । ଆସନ୍ତା ୨ରୁ ୩ ବର୍ଷ ଭିତରେ ଦେଶର କୋଣ ଅନୁକୋଣରେ ୫-ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ଆଶା ପ୍ରକାଶ କରିଛନ୍ତି ।

ଟେଲିକମ କମ୍ପାନୀ ଗୁଡିକ ଏଥିପାଇଁ କାମ କରୁଛନ୍ତି ଓ ଇନଷ୍ଟାଲସେନର କାମ ଜାରି ରହିଛି । ଏହାସହ ଟେଲିକମ୍ କମ୍ପାନୀ ଗୁଡିକ ସରକାରଙ୍କୁ ଯେତିକି ଟଙ୍କା ଦେବା କଥା ତାହା ପୈଠ କରିସାରିଛନ୍ତି ବୋଲି ନିକଟରେ କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ହେଲେ ଏହାକୁ ନେଇ ନିକଟରେ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ବି କେନ୍ଦ୍ର ଟେଲିକମ ମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ରାଜ୍ୟରେ ନାହିଁ 5G ସେବା, ଓଡ଼ିଶାକୁ ଟେଲିକମ ମନ୍ତ୍ରୀ ଉପେକ୍ଷା କରୁଛନ୍ତି କହିଲା କଂଗ୍ରେସ

ଦେଶରେ ଖୁବ୍‌ଶୀଘ୍ର 5ଜି ସେବା ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି କ୍ରମରେ ଖୁବଶୀଘ୍ର ଓଡ଼ିଶାବାସୀ 5ଜି ସେବା ପାଇପାରିବେ ବୋଲି ସେ କହିଥିଲେ । ଏହାକୁ ନେଇ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ପ୍ରଦେଶ କଂଗ୍ରେସ । ବର୍ତ୍ତମାନ ବି ରାଜ୍ୟର ଉପାନ୍ତ ଅଞ୍ଚଳରେ ଟେଲିକମ ସେବା ଅପହଞ୍ଚ ରହିଛି ।

ସୁନ୍ଦରଗଡ଼, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି ସଠିକ ଧରଣର ଟେଲିକମ ସେବାରୁ ବଞ୍ଚିତ ହୋଇ ରହିଛନ୍ତି । ଏହି ସବୁ ଅଞ୍ଚଳରେ ଟେଲିକମ ସେବା ସମସ୍ୟାର ସମାଧାନ ହୋଇ ପାରିନାହିଁ । ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଘୋଷଣା ପରେ ତେଜିଛି ରାଜନୀତି ।

ଏହାକୁ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, "ଉଭୟ ବିଜେଡି ଓ ବିଜେପି ମିଳିତ ଭାବରେ ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇଥିଲେ । ସେ ଏବେ ଟେଲିକମ ମନ୍ତ୍ରୀ ଥାଇ ମଧ୍ୟ ରାଜ୍ୟକୁ ଅଣଦେଖା କରୁଛନ୍ତି । ଏହା ଅତି ନିନ୍ଦନୀୟ । ଓଡ଼ିଶାରେ ଦୁଇଟି ସ୍ମାର୍ଟ ସିଟି ଅଛି । ହେଲେ ଗୋଟିଏରେ ମଧ୍ୟ 5ଜି ସେବା ଉପଲବ୍ଧ ନାହିଁ । ବିଜେଡି, ବିଜେପିକୁ ସମର୍ଥନ ଦେଉଥିବାରୁ ଚୁପ୍‌ ରହିଛି । କେନ୍ଦ୍ରମନ୍ତ୍ରୀ ରାଜନୀତିରୁ ଊର୍ଦ୍ଧ୍ବରେ ଆସି ରାଜ୍ୟରେ 5G ସେବା ଆରମ୍ଭ ପାଇଁ ପଦକ୍ଷେପ ନିଅନ୍ତୁ ।"

ଇଟିଭି ଭାରତ, କଟକ

Last Updated : Sep 17, 2022, 8:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.