କଟକ: ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ପାଇଁ ଘୋଷଣା ହେଲା ୧୬ ବର୍ଷରୁ କମ୍ ଓଡ଼ିଶା ଦଳ । ଏନେଇ ଆଜି(ବୁଧବାର) ୨୦ ଜଣିଆ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ ସଂଘ । ଆସନ୍ତା ବର୍ଷ ଜାନୁଆରୀ ୯ ତାରିଖରୁ ଗୌହାଟିରେ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ । ଓସିଏ ଘୋଷଣା କରିଥିବା ଦଳରେ ରହିଛି ଅନେକ ନୂଆ ମୁଁହ । ଶ୍ରେୟାନ୍ସ ଭରଦ୍ବାଜଙ୍କୁ ଏହି ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି ।
ଦଳରେ କରନ ମହାପାତ୍ରଙ୍କୁ ଉପଅଧିନାୟକ ଦେଇଛି ଜୁନିଅର ଚୟନ କମିଟି । ଓଡ଼ିଶା ତାର ପ୍ରଥମ ମ୍ୟାଚରେ ଆସାମକୁ ଭେଟିବ । ଏହାପରେ କ୍ରମାଗତ ୩ଟି ମ୍ୟାଚ ଖେଳିବ ଓଡ଼ିଶା । ଅଭ୍ୟାସ ମ୍ୟାଚରେ ଦଳର ପ୍ରଦର୍ଶନ ବେଶ ସନ୍ତୋଷଜନକ ରହିଥିଲା । ଏଥିପାଇଁ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ଓଡ଼ିଶା କ୍ରିକେଟ ସଂଘ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ