ETV Bharat / city

Tapaswini-Sumit Marital Discord: ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ହେବ ଆଲୋଚନା

author img

By

Published : Apr 25, 2022, 9:10 PM IST

ବ୍ରହ୍ମପୁରର ବହୁ ଚର୍ଚ୍ଚିତ ପାରିବାରିକ ବିବାଦ ଘଟଣାରେ ଓଡିଶା ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଡାକ୍ତର ସୁମିତ କୁମାର ସାହୁ ଓ ତପସ୍ବିନୀ ଦାଶ ଆପୋଷ ସମାଧାନ ପାଇଁ ପହଞ୍ଚି ଥିଲେ । ଦୀର୍ଘ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଅଧାରେ ଅଟିକି ଥିବା ବୁଝାମଣା ପାଇଁ ମେ ୪ରେ ପୁଣି ଉଭୟ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ଅଧିକ ପଢ଼ନ୍ତୁ

ସୁମିତ-ତପସ୍ବନୀ ବିବାଦ : ୧୧ରେ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ହେବ ଆଲୋଚନା

କଟକ : ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉଭୟଙ୍କୁ ବୁଝାଇବା ପାଇଁ ମଧ୍ୟସ୍ଥି ଖଗେଶ୍ବର ରାଜଙ୍କୁ ନିଯୁକ୍ତ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଗତ ୯ ତାରିଖ ଓ ୧୧ ତାରିଖରେ ଆପୋଷ ସମାଧାନ ଉଦ୍ୟମ ହୋଇଥିଲା । କିନ୍ତୁ ସମାଧାନର ରାସ୍ତା ବାହାରି ପାରି ନଥିଲା। ପୁନଶ୍ଚ ଆପୋଷ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଏପ୍ରିଲ ୧୩ର ନିର୍ଦ୍ଦେଶ ଅନୁସାରେ ଆଜି ଦିନ ୩ଟାରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଉଭୟଙ୍କୁ ନୋଟିସ୍ ଜାରି କରାଯାଇଥିଲା । କେନ୍ଦ୍ରର ମଧ୍ୟସ୍ଥି ଖଗେଶ୍ବର ରାଜଙ୍କ ନିକଟରେ ଉଭୟଙ୍କୁ ଉପସ୍ଥିତ ରହି ମଧ୍ୟସ୍ଥତା ‌ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ନୋଟିସ୍ ଜାରି କରାଯାଇଥିଲା ।

ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ହେବ ଆଲୋଚନା

୨୦୨୨ ମାର୍ଚ୍ଚ ୩୧ରେ ହାଇକୋର୍ଟ ଏ ସମ୍ପର୍କିତ ମାମଲାର ଶୁଣାଣି କରି ସୁମିତ ଓ ତପସ୍ବିନୀଙ୍କୁ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଏପ୍ରିଲ ୯ରେ ହାଜର ହୋଇଥିଲେ କିନ୍ତୁ ମଧ୍ୟସ୍ଥତା ପ୍ରକ୍ରିୟା ଅଧା ରହିଥିଲା । ଏହାପରେ ପୁଣି ଏପ୍ରିଲ ୧୧ରେ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ଏହାପରେ ହାଇକୋର୍ଟରେ ମଧ୍ୟସ୍ଥତା କେନ୍ଦ୍ର ତରଫରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା ।

ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ସମ୍ଭାବନାକୁ ବିଚାରକୁ ନେଇ ହାଇକୋର୍ଟ ସୁମିତ ଓ ତପସ୍ବିନୀଙ୍କୁ ପୁଣି ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଏପ୍ରିଲ ୧୩ରେ ନିର୍ଦ୍ଦେଶ ଦେଇଥିଲେ । ଏହା ଭିତରେ ପୁଣି ନୂଆ ନୂଆ ବିବାଦ କଥା ଉଠୁଛି । ତପସ୍ୱିନୀ ସ୍ବାମୀଙ୍କ ସହ ରହିବାକୁ ଚାହୁଁଛନ୍ତି କିନ୍ତୁ ଶାଶୁ ଶ୍ୱଶୂରଙ୍କୁ ସମ୍ମାନ ଦେଉନଥିବା କହିଛନ୍ତି ସୁମିତଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ । ଏପରିକି ଶାଶୁ ଠାକୁର ପୂଜା କଲା ବେଳେ ଉଚ୍ଚ ଶବ୍ଦରେ ଗୀତ ତପସ୍ୱିନୀ ବଜାଉଥିବା ଅଭିଯୋଗ କରିଛନନ୍ତି । ଅନ୍ୟପକ୍ଷରେ କୋର୍ଟଙ୍କ ଉପରେ ଭରସା ଥିବା କଥା କହିଛନ୍ତି ତପସ୍ୱିନୀ ଦାଶ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.