ETV Bharat / city

10ରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: କୋଲକାତା ଗସ୍ତରେ ଓଡିଶା ଟିମ୍‌

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ କୋଲକାତା ଗସ୍ତ କରିଛି ଓଡିଶା କ୍ରିକେଟ୍‌ ଟିମ୍‌ । ପ୍ରଥମ ମ୍ୟାଚରେ ବେଙ୍ଗଲ ସହ ମୁହାଁମୁହିଁ ।

author img

By

Published : Jan 2, 2021, 7:15 AM IST

କୋଲକାତା ଗଲା ଓଡିଶା ଟିମ୍‌
କୋଲକାତା ଗଲା ଓଡିଶା ଟିମ୍‌

କଟକ: ଜାନୁଆରୀ 10 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି । ଏନେଇ 20 ଜଣିଆ ଓଡିଶା କ୍ରିକେଟ୍‌ ଟିମ୍‌ କୋଲକାତା ଗସ୍ତରେ ଯାଇଛନ୍ତି । ସେହିପରି କୋଚ ଓ ସପୋର୍ଟିଂ ଷ୍ଟାଫ୍‌ଙ୍କୁ ମିଶାଇ 9 ଜଣ ମଧ୍ୟ କୋଲକାତା ଗସ୍ତ କରିଛନ୍ତି।

ଓଡିଶା ତାର ପ୍ରଥମ ମ୍ୟାଚ୍‌ ଘରୋଇ ବେଙ୍ଗଲ ବିପକ୍ଷରେ ଖେଳିବ । ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ଟିମ୍‌ ଗ୍ରାଉଣ୍ଡକୁ ଓହ୍ଲାଇବ । ଓଡିଶା ଟିମ୍‌, ଯାଦବପୁର ବିଶ୍ବବିଦ୍ୟାଳୟ ଓ ଇଡେନଗାର୍ଡେନରେ ସମସ୍ତ ମ୍ୟାଚ୍‌ ଖେଳିବ ।

ତେବେ ବେଙ୍ଗଲ ସହ ପ୍ରଥମ ମ୍ୟାଚ୍‌ ପରେ ହାଇଦ୍ରାବାଦ, ତାମିଲନାଡୁ, ଝାଡଖଣ୍ଡ ଓ ଆସାମକୁ ଭେଟିବ ଟିମ୍‌ ଓଡିଶା । ଅନେକ ଦିନ ପରେ ବିସିସିଆଇ ଘରୋଇ ସିଜିନ୍‌ ଆରମ୍ଭ କରିଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଏହି ସିଜିନ୍‌ ପୂର୍ବରୁ ଟିମ୍‌ ଓଡିଶାର ଖେଳାଳି ମାନେ ଆନ୍ତଜିଲ୍ଲା ଟି-20 ଲିଗ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଟିମ୍‌ ଉପରେ ରାଜ୍ୟବାସୀଙ୍କ ଆଶା ବଢିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.