ETV Bharat / city

ଆଇନଜୀବୀ ଆନ୍ଦୋଳନକୁ ସୁପ୍ରିମକୋର୍ଟଙ୍କ କଡାନିନ୍ଦା, ଦେଲେ ଚେତାବନୀ - supreme court warns on high court lawyers strike issue

ଓଡିଶାରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ । କଡା ଚେତାବନୀ ଦେବା ସହ ଯଦି ସ୍ଥିତି ସ୍ବାଭାବିକ କରିବା ପାଇଁ ରାଜ୍ୟ ପୋଲିସ ଅସମର୍ଥ ହେଉଛି ତେବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି ।

ଫାଇଲ ଫଟୋ
author img

By

Published : Oct 22, 2019, 8:49 PM IST

କଟକ: ଓଡିଶାରେ ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ । ଆଜି ଏ ସଂପର୍କିତ ଏକ ମାମଲାର ଶୁଣାଣିରେ ଜଷ୍ଟିସ୍ ସଞ୍ଜୟ କିସନ୍ କାଉଲ୍ ଓ ଜଷ୍ଟିସ୍ କେଏମ୍ ଜୋସେଫଙ୍କୁ ନେଇ ଗଠିତ 2 ଜଣିଆ ଖଣ୍ଡପୀଠ ଆନ୍ଦୋଳନକୁ କଡା ଭାଷାରେ ଚେତାବନୀ ଦେଇଛନ୍ତି ।

ଯଦି ସ୍ଥିତି ସ୍ବାଭାବିକ କରିବା ପାଇଁ ରାଜ୍ୟ ପୋଲିସ ଅସମର୍ଥ ହେଉଛି ତେବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି । ଏହା ସହ ଟେମ୍ପଲ ଅଫ୍ ଜଷ୍ଟିସକୁ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ 2 ଜଣିଆ ଖଣ୍ଡପୀଠ କହିଛନ୍ତି ।

ସେହିପରି ଅଦାଲତରେ ଅଚଳାବସ୍ଥା ଆଦୌ ଗ୍ରହଣୀୟ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ କୋର୍ଟ କାର୍ଯ୍ୟ ବନ୍ଦ ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଥିସହିତ ଓଡିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ ଚଳାଇବେ ନାହିଁ । ତେଣୁ କୋର୍ଟ କିଭଳି ଚାଲିବ ସେନେଇ ପରାମର୍ଶ ମାଗିଛନ୍ତି 2 ଜଣିଆ ଖଣ୍ଡପୀଠ ।

ସେପଟେ ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ଅଦାଲତରେ ଆନ୍ଦୋଳନ ହେଉଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଓକିଲ ଆନ୍ଦୋଳନ କରୁଛନ୍ତି । ମାତ୍ର କୋର୍ଟ ଖୋଲା ରହୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ରେଜିଷ୍ଟ୍ରାର । ଏହା ସହିତ କୋର୍ଟକୁ ଚଳାଇବା ପାଇଁ ହାଇକୋର୍ଟ ଫୁଲ୍ ବେଞ୍ଚ ଉଦ୍ୟମ କରୁଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ତେବେ ଆସନ୍ତା 24 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆଜି ଏ ସଂପର୍କିତ ଏକ ମାମଲାର ଶୁଣାଣି ରେ ଜଷ୍ଟିସ୍ ସଂଜୟ କିସନ୍ କାଉଲ୍ ଓ ଜଷ୍ଟିସ୍ କେଏମ୍ ଜୋସେଫଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆନ୍ଦୋଳନ କୁ କଡ଼ା ଭାଷା ରେ ଚେତାବନୀ ଦେଇଛନ୍ତି । ଯଦି ସ୍ଥିତି ସ୍ୱାଭାବିକ କରିବା ପାଈଁ ରାଜ୍ୟ ପୋଲିସ ଅସମର୍ଥ ହେଉଛି ତେବେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ବ୍ୟବହାର କରିବାକୁ କୋର୍ଟ କହିଛନ୍ତି ।ଟେମ୍ପଲ ଅଫ୍ ଜଷ୍ଟିସକୁ କୌଣସି ପରିସ୍ଥିତିରେ ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଙ୍କ ୨ ଜଣିଆ ଖଣ୍ଡପୀଠ କହିଛନ୍ତି।ଅଦାଲତରେ ଅଚଳାବସ୍ଥା ଆଦୌ ଗ୍ରହଣୀୟ ନୁହେଁ । କୌଣସି ପରିସ୍ଥିତିରେ ମଧ୍ୟ କୋର୍ଟ କାର୍ଯ୍ୟ ବନ୍ଦ ହୋଇପାରିବ ନାହିଁ । ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ ଚଳାଇବେ ନାହିଁ ।ତେଣୁ କୋର୍ଟ କିଭଳି ଚାଲିବ ସେ ନେଇ ପରାମର୍ଶ ମାଗିଛନ୍ତି ୨ ଜଣିଆ ଖଣ୍ଡପୀଠ । ବିଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ଅଦାଲତରେ ଆନ୍ଦୋଳନ ହେଉଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓକିଲ ଆନ୍ଦୋଳନ କରୁଛନ୍ତି । ମାତ୍ର କୋର୍ଟ ଖୋଲା ରହୁଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ରେଜିଷ୍ଟ୍ରାର । କୋର୍ଟକୁ ଚଳାଇବା ପାଇଁ ହାଇକୋର୍ଟ ଫୁଲ୍ ବେଞ୍ଚ ଉଦ୍ୟମ କରୁଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।ଆସନ୍ତା ୨୪ ତାରିଖରେ ହେବ ମାମଲାର ପରବର୍ତ୍ତି ଶୁଣାଣି।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.