କଟକ: କୌଣସି ବିପର୍ଯ୍ୟୟ ସମୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ଭିନ୍ନକ୍ଷମ । ତେଣୁ ସମ୍ପ୍ରତ୍ତି ମହମାରୀ ସ୍ଥିତିରେ ସେମାନଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟ ତଥା ବିଶେଷଭାବେ ଟୀକାକରଣକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର । ତେବେ କଟକରେ ସେହିସବୁ ପଦକ୍ଷେପ କିଭଳି ଭାବେ କାର୍ଯ୍ୟ କରୁଛି ତାହାର ସମୀକ୍ଷା କରିଛନ୍ତି ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ।
ବୁଧବାର ଭିନ୍ନକ୍ଷମଙ୍କ ଅଧିକାର, ଅଧିନିୟମ ସମ୍ବନ୍ଧରେ କଟକରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ସୁଲୋଚନା ଦାସ ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସୁରକ୍ଷା ଓ ବିକାଶ ଉପରେ ଆଲୋଚନା କରିଛନ୍ତି ।
ବିଶେଷକରି ଜିଲ୍ଲାର କେହି ଜଣେ ବି ଭିନ୍ନକ୍ଷମ ଯେପରି ଟୀକାକରଣରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନକୁ ଅବଗତ କରିଛନ୍ତି ସୁଲୋଚନା ଦାସ । ଏଥିସହ ସେ ଭିନ୍ନକ୍ଷମ ଅଧିକାର ଓ ଅଧିନିୟମ ସମ୍ବନ୍ଧରେ ଜିଲ୍ଲାର ଉଚ୍ଚ ପଦସ୍ତ ଅଧିକାରୀଙ୍କ ମତ ଲୋଡିବା ସହ କୋଭିଡ ସମୟରେ ସେମାନଙ୍କ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି । ବୈଠକରେ ବିଭାଗୀୟ ଆୟୁକ୍ତଙ୍କ ସମେତ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ